ପଦ୍ମପୁର :-
ଗରିବ ନିସହାୟ,ବୃଦ୍ଧ ବୃଦ୍ଧାଙ୍କ ନିମେନ୍ତ ରାଜ୍ଯ ଓ କେନ୍ଦ୍ର ସରକାର ବିଧବା ଭତ୍ତା,ପରିତ୍ଯକ୍ତ ଭତ୍ତା,ବାର୍ଦ୍ଧକ୍ଯ ଭତ୍ତା,ଭିନ୍ନକ୍ଷମ ଭତ୍ତା ପ୍ରଦାନ କରିବା ପାଇଁ ବିଭିନ୍ନ ଯୋଜନାମାନ ପ୍ରଣୟନ କରିଛନ୍ତି । କିନ୍ତୁ ଠିକ ସମୟରେ ହିତାଧିକାରୀ ମାନେ ଏହି ଯୋଜନାରେ ସାମିଲ ହୋଇ ପାରୁ ନାହାନ୍ତି । ବାରମ୍ଵାର ପ୍ରଶାସନ ନିକଟରେ ଆବେଦନ କଲେ ମଧ୍ଯ ଫଳପ୍ରଦ ହୋଇ ପାରୁନାହିଁ । ଏ ପରି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଜର୍ଜଗଡ ଗ୍ରାମର ସୁବାସିନୀ ଲୋହାର ବୟସ ପାଖାପାଖି ୫୦ ହେବ ଆଜକୁ ଦୀର୍ଘ ୭ବର୍ଷ ହେଲାଣି ଶାଶୁ ଘରୁ ତଡା ଖାଇ ନିଜ ବାପ ଘରେ ଆଶ୍ରୟ ନେଇ ଜୀବନ ଯାପନ କରୁଛନ୍ତି । ତାଙ୍କ ବାପା ଜଣେ ରୋଗୀ ଶଯ୍ଯାରୁ ଉଠିବସି ପାରୁ ନାହିଁ । ତେଣୁ ସେ ଏକାକୀ ଗୋଟିଏ ଚାଳ ଘରେ ରହି ପର ଘରର ବାର ଦୁଆର କାମ କରି ଦିନ କାଟୁଛନ୍ତି । ଖାଦ୍ୟ ସୁରକ୍ଷା ଯୋଜନା କେବଳ ୫ କେଜି ଚାଉଳ ପାଉଛନ୍ତି । ତାଙ୍କୁ ପ୍ରତିପାଳନ କରିବା ପାଇଁ କେହି ନାହିଁ । ସେ ଜଣେ ଅସହାୟ ନିରାଶ୍ରିତ ମହିଲା ଅଟନ୍ତି । ପ୍ରଶାସନ ନିକଟ ରେ ଅନେକ ଥର ଆବେଦନ କଲେ ମଧ୍ଯ ଭତ୍ତା ପାଇପାରୁ ନାହାନ୍ତି । ବ୍ଲକ ତଥା ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପରିତ୍ଯକ୍ତ ଭତ୍ତା ପ୍ରଦାନ କରିବା ପାଇଁ ଦାବୀ ହେଉଛି।
ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ

