Type Here to Get Search Results !

ନେତାଜୀ ଯୁବକ ସଂଘ ବାଉରୀ ପଦା ପକ୍ଷରୁ ମୋତିଆବିନ୍ଦୁ ଚିହ୍ନଟ ଶିବିର


କେନ୍ଦୁଝର :-

   ଆଜି କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅର୍ନ୍ତଗତ ବାଉରୀ ପଦା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଉରୀ ପଦା ଗ୍ରାମ ରେ ନେତାଜୀ ଯୁବକ ସଂଘ ଓ ସ୍ମାଇଲ ଟ୍ରଷ୍ଟ ପକ୍ଷରୁ ଭୂମିକା ଚକ୍ଷୁ ଚିକିତ୍ସାଳୟ କେନ୍ଦୁଝର ର ମିଳିତ ସହଯୋଗରେ ଏକ ବିଶାଳ ମୋତିଆବିନ୍ଦୁ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସେ ଅଞ୍ଚଳରୁ ଅନେକ ରୋଗୀ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କୁ ବିଜୁ ସ୍ଵସ୍ଥା କାର୍ଡ ମାଧ୍ୟମ ରେ ମାଗଣା ଅସ୍ତ୍ରୋପଚାର ପାଇଁ କେନ୍ଦୁଝର ଜିଲ୍ଲା ଭୂମିକା ଚକ୍ଷୁ ଚିକିତ୍ସାଳୟ କୁ ପଠା ଯାଇଛି। ତେବେ ଭୂମିକା ଚକ୍ଷୁ ଚିକିତ୍ସାଳୟ କେନ୍ଦୁଝର ର ଏକ ସ୍ଵତନ୍ତ୍ର ମେଡିକାଲ ଟିମ୍ ଜୋନାଲ ମ୍ୟାନେଜର କର୍ଣ୍ଣଟ କିଶୋର ଜେନା ଙ୍କ ଅଧ୍ୟକ୍ଷତାରେ ଆଖି ଡାକ୍ତର ଦିବ୍ୟଶ୍ରୀ ବେହେରା, ଟେକନିକାଲ ଆସିଷ୍ଟାଣ୍ଟ ସତ୍ୟବ୍ରତ ମହାନ୍ତି ପାରାମେଡ଼ିକାଲ ସ୍ଵର୍ଣ୍ଣପ୍ରଭା ଦାସ କମୁନିଟି ହେଲଥ୍ ଅର୍ଗାନାଇଯେସନ ହିମାଂଶୁ ଶେଖର ପାତ୍ର ହସ୍ପିଟାଲ ମ୍ୟାନେଜର ଦେବାଶିଷ ଦାସ ଏବଂ ଆକାଉଟେଣ୍ଟ ଅରବିନ୍ଦ ରାଉଳ ପ୍ରମୁଖ ଆଜି ସକାଳୁ କ୍ଲବ ରେ ପହଞ୍ଚି ରୋଗୀ ମାନଙ୍କୁ ଚିହ୍ନଟ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ କୁ କ୍ଲବ ସଭାପତି ଶ୍ରୀଯୁକ୍ତ ଗଣେଶ ଚନ୍ଦ୍ର ବାରିକ ଫିତା କାଟି ଉଦଘାଟନ କରିଥିବା ବେଳେ ସ୍ତାନୀୟ ସରପଞ୍ଚ ଶ୍ରୀମତୀ ବିନୋଦିନୀ ଦେହୁରୀ ଙ୍କ ସମେତ କ୍ଲବ ର ସମସ୍ତ ସଦସ୍ୟ ପରିଚାଳନା କରିଥିଲେ। ତେବେ ପରିଶେଷରେ କ୍ଲବ ପକ୍ଷରୁ ରୋଗୀ ମାନଙ୍କୁ ଖାଦ୍ୟ ପରିବେଷଣ କରିବା ସହିତ ମେଡିକାଲ କୁ ପଠା ଯାଇଥିଲା। 

କେନ୍ଦୁଝର ରୁ ସୁଶାନ୍ତ ସେଠି ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.