ଝାରସୁଗୁଡ଼ା :-
ଆଜି ଝାରସୁଗୁଡ଼ା ଜିଲ୍ଲା ସଦର ଥାନା ଅନ୍ତର୍ଗତ ପଞ୍ଚପଡ଼ା ବାଲି ରାସ୍ତାରେ ଏକ ଯୁବକ ଙ୍କ କ୍ଷତାକ୍ତ ଶବ ସଦର ଥାନା ପୋଲିସ ଦ୍ଵାରା ଉଦ୍ଧାର କରା ଯାଇଛି।
ସୂଚନା ଅନୁଯାୟୀ, ମୃତ ବ୍ୟକ୍ତି ଜଣକ ହେଲେ ପ୍ରମୋଦ ସିଂହ। କୌଣସି ଧାରୁଆ ଅସ୍ତ୍ର ସାହାଯ୍ୟରେ ମୃତକଙ୍କ ବେକ , ପିଠି ଓ ମୁହଁରେ ଆଘାତ କରାଯାଇଥିବା ଦେଖିବାକୁ ମିଳିଛି। ତେବେ ପ୍ରମୋଦ ଙ୍କୁ କାହିଁକି ଓ କିଭଳି ହତ୍ୟା କରାଯାଇଛି ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ଝାରସୁଗୁଡ଼ା ଏଡ଼ିପିଓ ନିର୍ମଳ ମହାପାତ୍ର କହିଛନ୍ତି। ଅନ୍ୟପକ୍ଷରେ ପୋଲିସ ଦ୍ବାରା ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡ଼ଙ୍ଗା ଙ୍କ ରିପୋର୍ଟ

