ତିହିଡି :-
ଧାମନଗର ଉପନିର୍ବାଚନରେ ବିରୋଧି ବିଜେପି, କଂଗ୍ରେସ ଓ ସ୍ୱାଧିନ ପ୍ରାର୍ଥିଙ୍କୁ ଧୂଳି ଚଟେଇବା ଲକ୍ଷ୍ୟରେ ବିଜେଡିର ଧୂଆଁଧାର ପ୍ରଚାର ଚାଲିଛି । ଶୁକ୍ରବାର ଓ ଶନିବାର ଦୁଇଦିନ ବ୍ୟାପୀ ତିହିଡି ବ୍ଲକର ୬ ଓ ୭ ନମ୍ବର ଜିଲ୍ଲା ପରିଷଦ ଜୋନରେ ପ୍ରଚାର ଚାଲିଥିବା ବେଳେ ମଙ୍ଗ ଧରିଛନ୍ତି ମନ୍ତ୍ରୀ, ବିଧାୟକଙ୍କ ସମେତ ରାଜ୍ୟ/ଜିଲ୍ଲା/ବ୍ଲକ ସ୍ତରୀୟ ନେତା/ନେତ୍ରୀ ଓ ଛାମୁଆ ନେତା । ୨୦୧୯ ବିଧାନ ସଭା ନିର୍ବାଚନରେ ବିଜେଡି କୌଣସି କାରଣରୁ ପରାଜୟ ସ୍ୱିକାର କରିଥିଲେ ମଧ୍ୟ ଚଳିତ ସାଧାରଣ ନିର୍ବାଚନରେ ଏହି ନିର୍ବାଚନ ମଣ୍ଡଳୀରୁ ସମସ୍ତ ଜିଲ୍ଲା ପରିଷଦ ଆସନ ହାତେଇଥିଲା ଏବଂ ବିଜେପି ଠାରୁ ୨୮ ହଜାରରୁ ଉର୍ଦ୍ଧ ଭୋଟରେ ଆଗୁଆ ମଧ୍ୟ ଥିଲା । ଇତିମଧ୍ୟରେ ଦଳରେ ସାମାନ୍ୟତମ ବିଭାଜନ ଘଟିଛି । ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଦଳୀୟ ଟିକେଟରୁ ବଞ୍ôଚତ ହେବାରୁ ସ୍ୱାଧିନ ଭାବେ ମୈଦାନରେ ଉଭା ହୋଇଛନ୍ତି । ଯଦିଓ ତାଙ୍କ ସପକ୍ଷରେ କିଛି ଭୋଟ ଯାଇପାରେ ହେଲେ ତାହା ବିଜେଡି ପ୍ରତି କୌଣସି ଆଞ୍ଚ ଆସିବ ନାହିଁ ବୋଲି ଆକଳନ କରାଯାଇଛି ଏବଂ ନିରଙ୍କୁଶଭାବେ ବିଜେଡି ପ୍ରାର୍ଥିନୀ ଅବନ୍ତୀ ଦାସ ବିଜୟର ତିଲକ ପିନ୍ଧିବେ ବୋଲି ବିଜେଡି ବେଶ ଆଶାବାଦି ଅଛି । ବିଜେଡି ପକ୍ଷରୁ ହେବିୱେଟ୍ ନେତାମାନେ ପ୍ରଚାରରେ ସାମିଲ ହୋଇଛନ୍ତି ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ ସମସ୍ତ ଯୋଜନାର ସଫଳତା ବାବଦରେ କହି ଭୋଟରଙ୍କ ମନ ଜିଣିବାରେ ଲାଗି ପଡିଛନ୍ତି । ୭ ନମ୍ବର ଜୋନରେ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ପୂର୍ବତନ ମନ୍ତ୍ରୀ, ଅତାବିରା ବିଧାୟିକା ରାଜ୍ୟ ବିଜୁ ମହିଳା ଜନତା ଦଳର ରାଜ୍ୟ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ରାଜ୍ୟ ସଭା ସାଂସଦ ସୁଲତା ଦେଓ, ସେଲିବ୍ରିଟି ଏଲିନା ଦାସ, ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଚାନ୍ଦବାଲି ବିଧାୟକ ଡ. ବ୍ୟୋମକେଶ ରାୟ, ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପୂର୍ବତନ ବିଧାୟକ ବିଜୟ କୁମାର ନାୟକ, ସ୍ୱର୍ଣ୍ଣଲତା ନାୟକ, ତପସ୍ୱିନୀ ପ୍ରଧାନ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ତଥା ଜିଲ୍ଲା ପରିଷଦ ସଭ୍ୟା ସୁଶ୍ରୀ ବିଦ୍ୟୁତଲତା ନାୟକ, ଅଜୟ ନାୟକ, ହରେକୃଷ୍ଣ ଜେନା ପ୍ରମୁଖ ମଙ୍ଗ ଧରିଥିବା ବେଳେ ଲକ୍ଷ୍ମୀକାନ୍ତ ମହାପାତ୍ର, ଶଶଧର ସାମଲ, ବିଶ୍ୱଜିତ ବେହେରା, କମଳାକାନ୍ତ ଦାସ, ରଘୁ ମଳିକ, ଉତ୍ତମ ଦାସ, ସରପଞ୍ଚ କମଳା ମଳିକ, ଶରତ ଦାସ, ବିଷ୍ଣୁଚରଣ ଜେନା, ଶଙ୍କର୍ଷଣ ଦାସ, ସୁବାଶିନୀ ଜେନା, ଜୟରାମ ମଲ୍ଲିକ, ଭାଗିରଥି ମଳିକ, ଶରତ ମଳିକ, ବିଶ୍ୱରଞ୍ଜନ ନାୟକ, ବନବୀର ପରିଡା, ପ୍ରଦୀପ ପାଣ୍ଡବ, ଶିଶିର ପଣ୍ଡା, ନାରାୟଣ ଚନ୍ଦ୍ର ନାୟକ, ରବିନ୍ଦ୍ର ନାୟକ, ଗୋବର୍ଦ୍ଧନ ବିଶ୍ୱାଳ, ଗଦାଧର ପୁହାଣ, ନିରାକାର ବେହେରା, ଧିରେନ୍ ଜେନା, ସୂର୍ଯ୍ୟମଣି ବେହେରା, ମାନସୀ ପରିଡା, ପରତିମା ମଳିକ ପ୍ରମୁଖ ବହୁ ଛାମୁଆ ନେତା ସାମିଲ ହୋଇଛନ୍ତି । ୬ ନମ୍ବର ଜୋନରେ ପ୍ରଚାର ଜୋରଦାର ଚାଲିଛି । ସାଂସଦ ମଞ୍ଜୁଲତା ମଣ୍ଡଳ, ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ସୋର ବିଧାୟକ ପର୍ଶୁରାମ ଧଡ଼ା, ସିନେ ଅଭିନେତା ତଥା ରାଜ୍ୟସଭା ସାଂସଦ ମୁନ୍ନା ଖାଁ, ନାରୀନେତ୍ରୀ ସୋଫିୟା ଆଲମ୍, ଜିଲ୍ଲା ପରିଷଦ ସଭ୍ୟା ରୁଜାତା ପଣ୍ଡା ପ୍ରଚାର କରିବା ସହ ରାଜ୍ୟସରକାରଙ୍କ ଜନହିତ କାର୍ଯ୍ୟ ସମ୍ପର୍କରେ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ । ଶନିବାର ପୂର୍ବାହ୍ନରେ ଏହି ଜୋନରେ ଅଚକ ପଞ୍ଚାୟତରେ ପହଂଚି ଅବନ୍ତି ଦାସ ବୁଢା ମହାଦେବ ମନ୍ଦିର ଦର୍ଶନ କରି ଆଶିର୍ବାଦ ନେବାପରେ ପ୍ରଚାର ଆରମ୍ଭ ହୋଇଥିଲା ।
ଏହି ପଞ୍ଚାୟତର ଦଳେଇ ସାହି, ବାଲିପାଳ, ଉତ୍ତରବାହା, ଛନ୍ଦାସାହି ଠାରେ ପଥପ୍ରାନ୍ତ ସଭା କରାଯାଇଥିଲା । ପରେ ପାଳିଆବିନ୍ଧା ପଞ୍ଚାୟତର ବିଭିନ୍ନ ଗ୍ରାମ ବୁଲି ବିରଞ୍ôଚନାରାୟଣ ମନ୍ଦିର ଦର୍ଶନ ସହ ଏକ ପଥପ୍ରାନ୍ତ ସଭା କରା ଯାଇଥିଲା । ସେହିପରି ଅପରାହ୍ନରେ ନୟାନନ୍ଦ ଓ ଦୋଳସାହି ପଞ୍ଚାୟତରେ ପ୍ରଚାରକୁ ସରଗରମ କରିଥିଲେ । ଗୁଆମାଳ ଓ ତାଳପଦା ପଞ୍ଚାୟତରେ ପ୍ରଚାରକୁ ଉଷ୍ମତା ବାରି ହୋଇଛି । ଦୋଳସାହିସ୍ଥିତ ମା’ ହିଡିମ୍ବାଇ ଠାରେ ପଥପ୍ରାନ୍ତ ସଭା ପରେ ଏକ ବିଶାଳ ବାଇକ୍ ଶୋଭାଯାତ୍ରା ବାହାରି ଗୁଆମାଳ ପଞ୍ଚାୟତରେ ବିଭିନ୍ନ ୱାର୍ଡ ବୁଲି ଗଣ୍ଡପଡା ଠାରେ ଏକ ପଥପ୍ରାନ୍ତ ସଭା କରା ଯାଇଥିଲା । ପରେ କାନ୍ତକବିଙ୍କ ଭିଟାମାଟି ତାଳପଦା ପଞ୍ଚାୟତରେ ପ୍ରଚାରକୁ ଜୋରଦାର କରା ଯାଇଥିଲା । ବିଭିନ୍ନ ୱାର୍ଡ ବୁଲି ଷ୍ଟାର୍ ପ୍ରଚାରକ ପ୍ରଚାର କରୁଥିବା ବେଳେ ବହୁ ଜନସମର୍ଥନ ଦେଖିବାକୁ ମିଳିଥିଲା । ଶତାଧିକ ମହିଳାଙ୍କ ଦ୍ୱାରା ଶଙ୍ଖ ହୁଳୁହୁଳିରେ ପ୍ରକମ୍ପିତ ହୋଇଥିଲା । କାନ୍ତକବି ସ୍ମୃତି ମଣ୍ଡପ ଠାରେ ସଭା କରାଯାଇ ପଞ୍ଚାୟତର ବିକାଶ ଓ ଧାମନଗର ନିର୍ବାଚନ ମଣ୍ଡଳୀ ର ବିକାଶ ପାଇଁ ବିଜୁ ଜନତା ଦଳର ପ୍ରାର୍ଥୀ ଅବନ୍ତି ଦାସଙ୍କୁ ଭୋଟ ଦେବା ପାଇଁ ନିବେଦନ କରିଥିଲେ । ଏହି ବିଶାଳ ମାରାଧନ ପ୍ରଚାରରେ ଜିଲ୍ଲା ସମ୍ପାଦକ ତଥା କୋଷାଧ୍ୟକ୍ଷ ପ୍ରଦୀପ ପଣ୍ଡା, ସାଂସଦ ପ୍ରତିନିଧି ମାନସ ପାଠୀ, ତାଳପଦା ପର୍ଯ୍ୟବେକ୍ଷକ ଦୀପକ ମହାପାତ୍ର, ସରପଞ୍ଚଜୟଶ୍ରୀ ବେହେରା, ସମିତି ସଭ୍ୟ ଆଇନ୍ଜୀବି ଚିନ୍ତାମଣି ଦାସ, ଗଣେଶ ବିଶ୍ୱାଳ, ସୁଧନ୍ୱା ନାୟକ, ଦାଶରଥି ମହାପାତ୍ର, ଗୌରୀ ଜେନା, ପାଳିଆବିନ୍ଧା ସରପଞ୍ଚ ଯଶୋଦା ମଲ୍ଲିକ, ସମିତି ସଭ୍ୟ ଜୀବନଜ୍ୟୋତି ପଲାଇ, ରାକେଶ ମହାପାତ୍ର, ଘନଶ୍ୟାମ ବେହେରା, ବାଣୀକଲ୍ୟାଣ ମହାପାତ୍ରଙ୍କ ସମେତ ବହୁ ଛାମୁଆ ନେତା, ଯୁବ, ଛାତ୍ର ଓ ମହିଳା କର୍ମୀମାନେ ଉପସ୍ଥିତ ଥିଲେ । ଶେଷରେ ନନ୍ଦପୁରରେ ଏକ ବିଶାଳ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା । ଏହି ମାରାଥନ୍ ପ୍ରଚାରରେ ବିପୁଳ ଜନ ସମର୍ଥନ ଦେଖିବାକୁ ମିଳିଥିଲା । ତିହିଡି ରୁ ମଦୀନା ବିବି ଙ୍କ ରିପୋର୍ଟ

