ଲଖନପୁର :-
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବିଲ୍ ପାରିତ ପାଇଁ ନେଉଥିଲେ ୧୪ ହଜାର ଟଙ୍କା ଲାଞ୍ଚ। କିନ୍ତୁ ଭାଗ୍ୟ ଖରାପ, ଭିଜିଲାନ୍ସ ଖେଳ ବିଗାଡିଦେଲା। ଧରା ପଡିଲେ ଭିଜିଲାନ୍ସ ଜାଲରେ ଜିଆରଏସ ମହାଶୟ। କାଟିଥାନ୍ତି ଦଶହରା ଲାଞ୍ଚ ଟଙ୍କା ରେ କିନ୍ତୁ ଭିଜିଲାନ୍ସ ତାଙ୍କୁ ଉଠେଇ ନେଇଗଲା। ଏଭଳି ଘଟଣା ଆଜି ଘଟିଛି ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍ ଅନ୍ତର୍ଗତ କନକତୋରା ପଞ୍ଚାୟତ ଜିଆରଏସଙ୍କ ସହ।
ସମ୍ପୂର୍ଣ ତଥ୍ୟ ଟି ହେଲା, କନକତୋରା ପଞ୍ଚାୟତ ଜିଆରଏସ ମନୋଜ ସାହୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବିଲ୍ ପାରିତ କରିବା ପାଇଁ ଜନୈକ ହିତାଧିକାରୀ ସୁବାସ ପ୍ରଧାନ ଙ୍କୁ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ତେବେ ଏ ସଂକ୍ରାନ୍ତ ରେ ହିତାଧିକାରୀ ଜଣକ ଭିଜିଲାନ୍ସ ବିଭାଗ କୁ ଜଣେଇ ଥିଲେ। ଯୋଜନା ମୁତାବକ ଆଜି ହିତାଧିକାରୀ ସଂପୃକ୍ତ ଜିଆରଏସ ମନୋଜ ଙ୍କୁ ୧୪ ହଜାର ଲାଞ୍ଚ ଦେଉଥିବା ବେଳେ ଭିଜିଲାନ୍ସ ବିଭାଗ ମାଡ଼ି ବସିଲା ଜିଆରଏସଙ୍କୁ। ଓ ତାଙ୍କଠାରୁ ଉକ୍ତ ଲାଞ୍ଚ ଟଙ୍କା ଜବତ କରିଥିଲେ। ଏନେଇ ଝାରସୁଗୁଡ଼ା ଭିଜିଲାନ୍ସ ପକ୍ଷରୁ କେସ ନମ୍ବର ୨୧/୨୨ ରୁଜୁ କରିବା ସହ ସଂପୃକ୍ତ ଜିଆରଏସ ଙ୍କୁ ଗିରଫ କରାଯାଇଛି। ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡ଼ଙ୍ଗା ଙ୍କ ରିପୋର୍ଟ

