Type Here to Get Search Results !

ବ୍ଲକ ସ୍ତରୀୟ ଫୁଟବଲ୍ ଖେଳ ପ୍ରତିଯୋଗିତା ଅନୁଷ୍ଠିତ


ବରଗଡ଼ / ଗାଇସିଲେଟ :- 

ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ବରିହା ପୁଖା ପାଣି ପଲ୍ଲୀ ପ୍ରଗତି ପଞ୍ଚ ଗାଁ ଉଚ୍ଚ ବିଦ୍ୟାଳୟ ଠାରେ ଗାଇସିଲେଟ ବ୍ଲକ ସ୍କୁଲ ସ୍ପୋର୍ଟସ ଏସୋଷିଏସନ୍ ତରଫରୁ ତଥା ଓଡ଼ିଶା ଷ୍ଟେଟ ଆଯୁକେସନ ପ୍ରୋଗ୍ରାମ ଅଥୋରିଟି ର ସୌଜନ୍ୟ ତା ରେ ଉଚ୍ଚ ବିଦ୍ୟାଳୟ ସ୍ତରୀୟ ଫୁଟବଲ ଚାମ୍ପିଅନସିପ ଅନୁଷ୍ଠିତ ହୋଇ ଯାଇଛି । ଗାଇସିଲେଟ ଏ ବି ଇ ଓ ଶ୍ରୀଯୁକ୍ତ ନେହେରୁ ଦାସ ଏହାର ଶୁଭ ଉଦ୍ଘାଟନ କରି ଥିବା ବେଳେ କନ୍ଦା ଗାଡ ସରପଞ୍ଚ ଜୟନ୍ତୀ ସାହୁ ମୁଖ୍ୟ ଅତିଥି ଭାବେ ଏବଂ କନ୍ଦା ଗାଡ଼ ସମିତି ସଭ୍ୟା ସରୋଜିନୀ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦାନ କରିଥିଲେ ।ଗାଇସିଲେଟ ବ୍ଲକ ସ୍ପୋର୍ଟସ ଆସୋସିଏସନ୍ ର ସମ୍ପାଦକ ଶ୍ରୀଯୁକ୍ତ ଉଦ୍ଧବ ଦନ୍ ସନା ବିବରଣୀ ପାଠ କରିଥିଲେ । ଇତ୍ୟବସରରେ ବରଗଡ଼ ଅତିରିକ୍ତ ଶିକ୍ଷା ଜିଲ୍ଲା ଅଧିକାରୀ ଶ୍ରୀଯୁକ୍ତ ରାଧାକାନ୍ତ ଛତ୍ରି ଆସି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ। ଉକ୍ତ ପ୍ରତିଯୋଗିତା ରେ ବ୍ଲକ ର ସମସ୍ତ ଉଚ୍ଚ ବିଦ୍ୟାଳୟ କୁ ନେଇ କରାଯାଇଥିବା ଚାରୋଟି ସବ୍ ବ୍ଲକ ର ମୋଟ ଆଠ ଟି ଦଳ ଅଂଶ ଗ୍ରହଣ କରିଥିଲେ। ବାଳକ ବିଭାଗ ରେ ଗାଇସିଲେଟ ଦଳ ଚାମ୍ପିଅନ ଓ କଠଉ ମାଲ ଦଳ ରାନର୍ସ ଅପ୍ ଏବଂ ବାଳିକା ବିଭାଗରେ ଗାଇସିଲେଟ ଦଳ ଚାମ୍ପିଅନ ଓ ବରିହା ପୂଖା ପାଣି ଦଳ ରାନର୍ସ୍ ଅପ୍ ହୋଇଥିଲେ । ଏହି ଅବସରରେ ଜାତୀୟ ସ୍ତରରେ ଫୁଟବଲ ଖେଳ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି ସୁନାମ ଅର୍ଜନ କରିଥିବା ପଲ୍ଲୀ ପ୍ରଗତି ପଞ୍ଚ ଗାଁ ଉଚ୍ଚ ବିଦ୍ୟାଳୟ, ବରିହା ପୁଖା ପାଣି ର ପୂର୍ବତନ ଛାତ୍ର ମନୀଷ କୁମାର ଭୋଇ ଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । କାର୍ଯ୍ୟ କ୍ରମ ର ଉଦଯାପନୀ ସମାରୋହ ରେ ଆୟୋଜକ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବଳରାମ ବଗର୍ତ୍ତି ଅଧ୍ୟକ୍ଷତା କରିଥିବା ବେଳେ ଗାଇସିଲେଟ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀମତୀ ଝରଣା ପାଣିଗ୍ରାହୀ ମୁଖ୍ୟ ଅତିଥି ଓ ଗାଇସିଲେଟ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅନିଲ କୁମାର ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃତି ଖେଳାଳି ମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଉକ୍ତ କାର୍ଯ୍ଯ କ୍ରମ ରେ ବରିହା ପୁଖା ପାଣି ସବ୍ ବ୍ଲକ ର ସମସ୍ତ ପ୍ରଧାନ ଶିକ୍ଷକ ଓ ଖେଳ ଶିକ୍ଷକ ମାନେ ସହଯୋଗ କରି ଥିବା ବେଳେ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ପରିଶେଷରେ ପଲ୍ଲୀ ପ୍ରଗତି ପଞ୍ଚ ଗାଁ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଶ୍ରୀଯୁକ୍ତ ମୋହନ ରଣା ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରି ସମସ୍ତ କାର୍ଯ୍ୟ କ୍ରମ କୁ ପରୀସମାପ୍ତି ଘୋଷଣା କରିଥିଲେ । ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ 

Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.