Type Here to Get Search Results !

ସାପ କାମୁଡା ରେ ତିନିବର୍ଷ ର ଝିଅ ମୃତ


ବଲାଙ୍ଗିର :-

ବଲାଙ୍ଗୀର ଜିଲ୍ଲାର   ଗଞ୍ଜାବାହାଲ ଗ୍ରାମରେ ବିଷାକ୍ତ ସାପ କାମୁଡାରେ ନାବାଳିକା ବଲାଙ୍ଗୀର ହସ୍ପିଟାଲରେରେ ଚିକିତ୍ସାଧିନ ଅବସ୍ଥାରେ ମୃତ । ଶବ ବିବେଛଦ ପରେ ପରିବାର ଲୋକକୁଁ ହସ୍ତାନ୍ତର କଲେ ବଲାଙ୍ଗୀର ପୋଲିସ। କବାଟ କଣରେ ଛକି ବସିଥିଲା ମୃତ୍ୟୁ । ଖେଲୁ ଖେଲୁ କୁନି ଝିଅକୁ କାମୁଡି ଦେଲା ବିଷାକ୍ତ ସାପ । ୨୪ ଘଣ୍ଟା ଭିତରେ ଚାଲିଗଲା ଅମୂଳ୍ୟ ଜୀବନ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବଂଗୋମୁଣ୍ଡା ବ୍ଲକ ଗଂଜାବାହାଲ ଗାଁରେ । ଗତକାଲି ରାତି ପ୍ରାୟ ଆଠଟା ଡୋଲାମଣି ସଗରିଆଙ୍କ ତିନି ବର୍ଷର ଝିଅ ରୂପା ଘର ଭିତରେ ଏକା ଏକା ଖେଲୁଥିଲା  । ଛୋଟ ଝିଅ ଜାଣିନଥିଲା, ତା ପାଇଁ କବାଟ କଣରେ ଛକି ରହିଛି ମୃତ୍ୟୁ । କବାଟ କଣକୁ ଯାଇ ରୂପା ଏକ ଛୋଟ ସାପକୁ ଦେଖିଥିଲା । ଖେଲଣା ଭାବି ସାପକୁ ହାତରେ ଧରିବାକୁ ଚେଷ୍ଟା କରୁ କରୁ ହଠାତ କାମୁଡି ଦେଇଥିଲା ବିଷାକ୍ତ ସାପ । ପରିବାର ଲୋକେ ଜାଣିବା ପରେ ଛୋଟ ଝିଅକୁ ଖଡିଆଲ ହସପିଟାଲ ଏବଂ ପରେ କଣ୍ଟାବାଜିଂ ହସପିଟାଲକୁ ଆଣିଥିଲେ । ଅବସ୍ଥା ଗୁରୁତର ହେବାରୁ ଡାକ୍ତର ଝିଆକୁ ବଲାଙ୍ଗିର ରେଫର କରିଥିଲେ । ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ କୁନି ଝିଅର ଆଜି ସକାଳୁ ମୃତ୍ୟୁ ହୋଇଛି । ଏକମାତ୍ର ଝିଅକୁ ଅସମୟରେ ହରାଇଥିବା ଡୋଲାମଣିଙ୍କ ପରିବାରରେ ଶୋକର ଛାୟା ଖେଲିଯାଇଛି |ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.