ପଦ୍ମପୁର :-
ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପଦ୍ମପୁର ଡିଭିଜନର ପାଇକମାଲ, ମିଠାପାଲ, ଚୁହାପାଲି, ଝାରବନ୍ଧ, ଜଗଦଲପୁର,ପଦ୍ମପୁର, ଗାଇସିଲେଟ, ମେଲଛାମୁଣ୍ତା,ସୋହେଲା ରେଞ୍ଜର ଶତାଧିକ ସଂଘର ସଦସ୍ଯଙ୍କ ଉପସ୍ଥିତରେ ନୃସିଂହନାଥ ସ୍ଥିତ କେନ୍ଦୁପତ୍ର କେନ୍ଦ୍ରୀୟ ଗୋଦାମ ପରିସରରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ପଦ୍ମପୁର କେନ୍ଦୁପତ୍ର ଡିଏଫଓ ଶ୍ରୀ ବିଭୁତି ଭୁଷଣ ବେହେରା ମୁଖ୍ଯଅତିଥି ଯୋଗଦେଇ ଥିବା ବେଳେ କେନ୍ଦୁପତ୍ର ଶ୍ରମିକ ସଂଘର ନେତା ତଥା ପଦ୍ମପୁର ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ମୁଖ୍ଯବକ୍ତା ଭାବେ ଯୋଗଦେଇ ଥିଲେ । ପ୍ରତ୍ଯେକ ରେଞ୍ଜର ବରିଷ୍ଠ ସଂଘର ନେତା ସର୍ବଶ୍ରୀ ସତ୍ଯବାନ ପ୍ରଧାନ,ସୁରେଶ ପଣ୍ତା,ଅରମାନ ଖାଁ,ମହେନ୍ଦ୍ର ପ୍ରଧାନ,ଭାର୍ତ୍ତିକ ନାଗ,କୃଷ୍ଣ ଚନ୍ଦ୍ର ଡନସନା,ଚକାବନ ପ୍ରଧାନ,ଡୋଲନ୍ଦ୍ର ସାହୁ,କନ୍ଦୁରୁ ମହାନନ୍ଦ,ରଙ୍କମଣି ହୋତା,ମହେଶ୍ବର ନେଗୀ,ଭାରତ ବିଶ୍ବାଳ,ଶ୍ଯାମ ଚନ୍ଦନ,ୠଷଭ ପ୍ରଧାନ,ଅକ୍ଷୟ ପ୍ରଧାନ,ମନୋହର ଗୌଡ ଆଦି ମଞ୍ଚକୁ ଆସି ସମସ୍ତଙ୍କୁ ନୁଆଁଖାଇ ଜୁହାର ଓ ଅଭିନନ୍ଦନ କରିଥିଲେ । ଏହି ଅବସରରେ କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ସିଜିନାଲ କର୍ମଚାରୀଙ୍କ ବିଭିନ୍ନ ସମସ୍ଯା ୬ ମାସରୁ ଅଧିକ ସମୟ କାର୍ଯ୍ଯ କରୁଥିବା ସିଜିନାଲ କର୍ମଚାରୀଙ୍କ ଅବସର ପରେ ମାସକୁ ୧୫ ଦିନର ଗ୍ରାଜୁଏଟି ପ୍ରଦାନ,ସିଜିନାଲ କର୍ମଚାରୀଙ୍କ ପାଇଁ ଚାକିରୀ ସର୍ତ୍ତାବଳୀ ଲାଗୁ କରିବା,ବନ୍ଧାଇ ଶ୍ରମିକଙ୍କ ବନ୍ଧେଇ ବିଡା ଦରବୃଦ୍ଧି ଓ ମେଟ କମିଶନ ବୃଦ୍ଧି,ୱାଚର ମାନଙ୍କ ଦରମା ବୃଦ୍ଧି,ଏରିଅର ଟଙ୍କା ପ୍ରଦାନ ଆଦି ପ୍ରସଙ୍ଗରେ ମଧ୍ଯ ଆଲୋଚନା ହୋଇଥିଲା । ମୁଖ୍ଯଅତିଥି ଡିଏଫଓ ଶ୍ରୀ ବେହେରା ପଶ୍ଚିମ ଓଡିଶାର ଗଣପର୍ବ ଅବସରରେ ସମସ୍ତଙ୍କୁ ନୁଆଁଖାଇ ର ଜୁହାର କରିବା ସହ ନୁଆଁଖାଇ ଭେଟଘାଟରେ ତାଙ୍କୁ ସାମିଲ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ସଂଘର ଯୋଗାଯୋଗ ରକ୍ଷା କରି ତାଙ୍କର ପରିଧି ଭିତରେ ଯାହା ସମ୍ଭବ ତାହାର ସମାଧାନ ପାଇଁ ପ୍ରତିଶୃତି ଦେଇଥିଲେ । ପଶ୍ଚିମ ଓଡ଼ିଶାର ବିଶିଷ୍ଟ କେନ୍ଦୁପତ୍ର ଶ୍ରମିକ ନେତା ଶ୍ରୀ କୋକିଲ ସାହୁ ଏହି ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ର ଅଧ୍ୟକ୍ଷତା କରିଥିବା ବେଳେ ବନ୍ଧାଇ ଚେକର ସାଇଧର ପାଣ୍ତେ ସଭା ପରିଚାଳନା କରିଥିଲେ ।
ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ