Type Here to Get Search Results !

ଗାଡ଼ି ମାଲିକ ଙ୍କୁ ରିଲାକ୍ସ୍ କଲେ ହାଇକୋର୍ଟ

 


ଭୁବନେଶ୍ୱର :-

ହାଇ ସିକ୍ୟୁରିଟି ନମ୍ୱର୍ ପ୍ଲେଟ କୁ ନେଇ ଅନେକ ଗାଡ଼ି ମାଲିକଙ୍କ ମନରେ ଥିଲା ଦ୍ଵନ୍ଦ। ପାର୍ବଣ ସମୟରେ ସରକାରଙ୍କ ହାଇ ସିକ୍ୟୁରିଟି ନମ୍ୱର୍ ପ୍ଲେଟ କୁ ନେଇ କଠୋରତା ପାଇଁ ଭୟରେ ଥିଲେ ଗାଡ଼ି ମାଲିକ, ଅନ୍ୟ ପକ୍ଷରେ ସ୍ଲଟ ବୁକ୍ ହୋଇ ପାରୁନଥିବା ନେଇ ଦ୍ଵନ୍ଦ। ତେବେ ଏନେଇ ହାଇକୋର୍ଟ ଙ୍କ ନିକଟରେ ରାଜ୍ୟ ସରକାର ଏକ ଖଣ୍ଡପାଠ ଦାଖଲ କରିବା ସହ ଶେଷ ତାରିଖ କୁ ଅକ୍ଟୋବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ତେବେ ଯେଉଁ ଗାଡ଼ି ଗୁଡ଼ିକର ଶେଷ ନମ୍ୱର୍ ୧,୨,୩ କିମ୍ବା ୪ ସେମାନେ ଏହି ଶେଷ ତାରିଖ ମଧ୍ୟରେ ସ୍ଲଟ ବୁକ୍ କରିପାରିବେ।

ଅନ୍ୟପକ୍ଷରେ ହାଇ ସିକ୍ୟୁରିଟି ନମ୍ୱର୍ ପ୍ଲେଟ ବୁକ୍ ପାଇଁ ଭିତ୍ତିଭୂମି ର ଅଭାବ ଥିବା ଯୋଗୁଁ, ଆଗାମୀ ଦିନରେ ପୋଷ୍ଟ ଅଫିସ ଓ ଜନସେବା କେନ୍ଦ୍ର ଗୁଡିକୁ ଏହି କାର୍ଯ୍ୟରେ ନିଯୋଗ କରିବା ପ୍ରସ୍ତାବ ରଖିଛନ୍ତି ରାଜ୍ୟ ସରକାର। ବ୍ୟୁରୋ ରିପୋର୍ଟ 


Post a Comment

0 Comments
* Please Don't Spam Here. All the Comments are Reviewed by Admin.