ବଲାଙ୍ଗିର :-
ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ର କାଉନସିଲ ହଲ ଠାରେ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ର ସ୍ୱାସ୍ଥ୍ୟ ବିକାଶ ସମିତି ବୈଠକ ବଲାଙ୍ଗିର ଲୋକସଭା ସାଂସଦ ସଂଗୀତା କୁମାରୀ ସିଂହଦେଓ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର , ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ , ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଡ଼ ସୁରେଶ ଚନ୍ଦ୍ର ଦଳାଇ , ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ,ବଲାଙ୍ଗିର ଆରକ୍ଷୀ ଅଧିକ୍ଷକ ନୀତିନ କୁଶଳକର ,ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ , ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ର ଡିନ ଓ ଅଧ୍ୟକ୍ଷା ଡ଼ ସବିତା ମହାପାତ୍ର , ମେଡିକାଲ ଅଧିକ୍ଷକ ଡ଼ ମହେନ୍ଦ୍ର କୁମାର ନାୟକ, ସିଡିଏମଓ ଡ଼ ସ୍ନେହଳତା ସାହୁ ଙ୍କ ସମେତ ସ୍ୱାସ୍ଥ୍ୟ ବିକାଶ ସମିତି ର ସଦସ୍ୟ / ସଦସ୍ୟା ଓ ସମ୍ପୃକ୍ତ କାର୍ଯ୍ୟନିର୍ବାହୀ ବିଭାଗ ର ବିଭାଗୀୟ ମୁଖ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ମେଡିକାଲ କଲେଜ ର ଡିନ ଓ ଅଧ୍ୟକ୍ଷା ଡ଼ ମହାପାତ୍ର ସମସ୍ତଙ୍କୁ ସ୍ଵାଗତ କରିବା ସହ କଲେଜ ଓ ହସ୍ପିଟାଲ ପରିଚାଳନା ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ମେଡିକାଲ ଅଧିକ୍ଷକ ଡ଼ ନାୟକ ପାୱାର ପଏଣ୍ଟ ମାଧ୍ୟମରେ ସ୍ୱାସ୍ଥ୍ୟ ବିକାଶ ସମିତି ର ବିଭିନ୍ନ ଆଲୋଚ୍ୟ ବିଷୟବସ୍ତୁ ସମ୍ପର୍କରେ ସବିଶେଷ ବିବରଣୀ ଉପସ୍ଥାପନ କରିଥିଲେ । ବୈଠକରେ ଗତ ସ୍ୱାସ୍ଥ୍ୟ ବିକାଶ ସମିତି ବୈଠକରେ ଗ୍ରହଣ କରାଯାଇଥିବା ପ୍ରସ୍ତାବ ଓ ଏହାର କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା ହୋଇଥିଲା । ବୈଠକରେ କଲେଜ ଓ ହସ୍ପିଟାଲ ର ସ୍ଥିତି ଓ ଭିତ୍ତିଭୂମି , ବିଭିନ୍ନ ବିଭାଗ ରେ ଥିବା ବେଡ଼ ସଂଖ୍ୟା , ରୋଗୀ ମାନଙ୍କ ନିମନ୍ତେ ଉପଲବ୍ଧ ଥିବା ବିଭିନ୍ନ ରୋଗ ର ପରୀକ୍ଷା ଓ ଚିକିତ୍ସା ସୁବିଧା , ମେଡିକାଲ କଲେଜ ଓ ହସ୍ପିଟାଲ ରେ ଡାକ୍ତର ଓ ବିଶେଷଜ୍ଞ ତଥା ପରା ମେଡିକାଲ କର୍ମଚାରୀ ଙ୍କ ସ୍ଥିତି ଓ ଖାଲିଥିବା ପଦବୀ ସମ୍ପର୍କରେ ସବିଶେଷ ଆଲୋଚନା ହୋଇଥିଲା । ଖାଲିଥିବା ପଦବୀ ଗୁଡିକୁ ଯଥାଶୀଘ୍ର ପୂରଣ ନିମନ୍ତେ ସରକାରଙ୍କୁ ପ୍ରସ୍ତାବ ପଠାଇବା ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା । ଏତଦବ୍ୟତୀତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ , ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକ ରେ ଡାକ୍ତର ଓ ବିଶେଷଜ୍ଞ ତଥା ପରା ମେଡିକାଲ କର୍ମଚାରୀ ଙ୍କ ସ୍ଥିତି ସମ୍ପର୍କରେ ଆଲୋଚନା ହୋଇଥିଲା । କଲେଜ ଓ ହସ୍ପିଟାଲ ଭିତ୍ତିଭୂମି ର ଗୁଣବତ୍ତା କୁ ବଜାୟ ରଖିବା ସହ ତଦାରଖ କରିବାକୁ ସମିତି ର ଅଧ୍ୟକ୍ଷା ସମ୍ପୃକ୍ତ କାର୍ଯ୍ୟନିର୍ବାହୀ ବିଭାଗ ର ବିଭାଗୀୟ ମୁଖ୍ୟ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ କୁ ନିରବିଚ୍ଛିନ୍ନ ବିଦ୍ୟୁତ ଯୋଗାଣ , ଓ ॰ ପି॰ ଡି ରେ ଧାଡି ପରିଚାଳନା ପ୍ରଣାଳୀ ର କାର୍ଯ୍ୟକାରିତା , ପ୍ରତୀକ୍ଷା ଅଞ୍ଚଳ ର ବିକାଶ ସମ୍ପର୍କରେ ଆଲୋଚନା ହେବା ସହ କେତେକ ନୂତନ କାର୍ଯ୍ୟ ସମ୍ପର୍କରେ ଆଲୋଚନା ହୋଇଥିଲା । ବୈଠକ ଶେଷ ରେ ଅତିରିକ୍ତ ମେଡିକାଲ ଅଧିକ୍ଷକ ଡ଼ ପ୍ରଭାତ କୁମାର ରଥ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍