ସୁନ୍ଦରଗଡ଼ :-
ସୁନ୍ଦରଗଡ଼ ଟାଙ୍ଗରପାଲି ରେ ଅତିରିକ୍ତ ତହସିଲଦାର କୂଳମଣି ପଟେଲ ଙ୍କ ଘରେ ଏବଂ ଅଫିସ ରେ ଭିଜିଲାନ୍ସ ଚଢ଼ାଉ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ। ଏକା ସହ 8 ଟି ଜାଗାରେ ଚଢ଼ାଉ କରୁଛି ଭିଜିଲାନ୍ସ ବିଭାଗ। ଚଢ଼ାଉ ରେ ସାମିଲ 8 ଟି ଟିମ। ତହସିଲ ଅଫିସ, ଲେଫ୍ରିପଡା ଘର, ସୁନ୍ଦରଗଡ଼ ଟାଉନ ସମେତ ଅତିରିକ୍ତ ତହସିଲଦାର ଙ୍କ ପତ୍ନୀ କାମ କରୁଥିବା ସ୍ଥାନରେ ଭିଜିଲାନ୍ସ ଚଢ଼ାଉ। ଚଢ଼ାଉ ବେଳେ ସାମ୍ନା କୁ ଆସିଲାଣି 3 ଟି କୋଠା, ଗାଡି ଅନେକ ସମ୍ପତ୍ତି।ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ଜାରି ରହିଛି ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ମିଳିଛି ।