ବାଲିକୁଦା :-
ଗତ ମଙ୍ଗଳବାର ଦିନ 2ଟା ସମୟରେ ବାଲିକୁଦା ବ୍ଲକ ଅଧୀନସ୍ଥ କଂସାରୀକୁଦ ର ନରସିଂହପୁର ଗ୍ରାମର ସୁକାନ୍ତ ମଲ୍ଲିକ ସ୍ଥାନୀୟ ଇନ୍ଦିରା କଲୋନୀରେ ଥିବା ଏକ ଚା 'ଦୋକାନକୁ ଚା 'ପିଇବା ନିମନ୍ତେ ଯାଇଥିଲେ । ସେଠାରେ ଚା 'ପିଇ ସାରିବା ପରେ ସୁକାନ୍ତ ତାଙ୍କ ମୋବାଇଲ ଉକ୍ତ ଦୋକାନରେ ଛାଡ଼ିଦେଇ ଯାଇଥିଲେ । ପୁନରାୟ ସଙ୍ଗେ ସଙ୍ଗେ ସୁକାନ୍ତ ଦୋକାନକୁ ଯାଇ ଦୋକାନୀଙ୍କୁ ମୋବାଇଲ ବିଷୟରେ ପଚାରିଥିଲେ । ଚା ଦୋକାନୀ କିଛି ନ ଜାଣିଲାଭଳି ଅଭିନୟ କରିଥିଲେ । ଚା ଦୋକାନୀ ମୋବାଇଲ କୁ ବେଞ୍ଚ ତଳକୁ ରଖିବା ଦେଖି ସୁକାନ୍ତ ମୋବାଇଲ ମାଗିବାରୁ ଦୋକାନୀ ଉତ୍ୟକ୍ତ ହୋଇ ବିଭିନ୍ନ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବାସହ ଜୀବନରୁ ମାରିଦେବା ଉଦେଶ୍ୟ ରେ ଦୋକାନୀ ଗରମ ଚା 'ତାଙ୍କ ଉପରକୁ ଫୋପାଡ଼ି ଥିଲେ । ଯାହାଫଳରେ ସୁକାନ୍ତ ମଲ୍ଲିକଙ୍କର ଛାତି, ହାତ, ମୁହଁ ଇତ୍ୟାଦି ଫୋଟକା ହୋଇ ସେ ଯନ୍ତ୍ରଣା ରେ ଛଟ ପଟ ହେଉଥିବା ବେଳେ କିଛି ଚା ପିଉଥିବା କଷ୍ଟମର ସୁକାନ୍ତ ମଲ୍ଲିକଙ୍କୁ ବାଲିକୁଦା ମେଡିକାଲକୁ ଆଣି ଚିକିତ୍ସା କରାଇଥିଲେ । ଆଶୁ ଚିକିତ୍ସା ପରେ ସୁକାନ୍ତ ମଲ୍ଲିକ ନ୍ୟାୟ ପାଇବା ନିମନ୍ତେ ବାଲିକୁଦା ଥାନାର ଦ୍ୱାରସ୍ଥ ହୋଇଥିଲେ । ଥାନାରେ ମଧ୍ୟ ଏକ ଲିଖିତ ଅଭିଯୋଗ କରିଥିଲେ । ବାଲିକୁଦାରୁ ଗୀତା ମହାରଣାଙ୍କ ରିପୋର୍ଟ