ଅତାବିରା :-
ଛାତ୍ର କଂଗ୍ରେସ ର ରାଜ୍ୟ ସଭାପତି ୟାସିର୍ ନୱାଜ ଙ୍କ ଆହ୍ବାନ କ୍ରମେ ଆଜି ବରଗଡ଼ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଜିଲ୍ଲା ଉପ ସଭାପତି ନିକୁ ଏବଂ S.M chairman ରୋହିତାଶ୍ବ ଙ୍କ ନେତୃତ୍ବରେ ଅତାବିରା ର ଦୁଇଟି ମହାବିଦ୍ୟାଳୟ ଯଥା ଅତାବିରା ମହା ବିଦ୍ୟାଳୟ ଏବଂ ଲରମ୍ଭା ମହାବିଦ୍ଯାଳୟରେ ଛାତ୍ର ଯୋଡୋ-ଭାରତ୍ ଯୋଡୋ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସହ ସମ୍ବାଦ ସ୍ଥାପନ କରି କିପରି ଛାତ୍ର କଂଗ୍ରେସ କୁ ମହାବିଦ୍ୟାଳୟ ସ୍ଥରରେ ଆହୁରି ମଜବୁତ୍ କରାଯାଇପାରିବ ସେ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରାଯାଇଥିଲା ।ଏହି ଅବସରରେ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଗୌରବ ପତି ଆଜାଦ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ଉତ୍ସାହ ବର୍ଦ୍ଧନ କରିବା ସହ ଛାତ୍ର କଂଗ୍ରେସ ସଦା ସର୍ବଦା ଛାତ୍ର ଙ୍କ ହିତ ଉଦ୍ଦେଶ୍ୟରେ ଲଢେଇ ଜାରି ରଖିବ ବୋଲି ମତବ୍ଯକ୍ତ କରିଥିଲେ । ଅତାବିରା ରୁ ରୋହିତ୍ ମେହେର ଙ୍କ ରିପୋର୍ଟ