ବାଲିକୁଦା :-
ୱେଷ୍ଟବେଙ୍ଗଲ ମାଲଦା ଜିଲ୍ଲା ର ହରିଶ୍ଚନ୍ଦ୍ର ପୁର ଥାନା ଅଧୀନ ଭଇରଵ ପୁର ଗ୍ରାମର ଅଜିଜୁର ରହେମନ ନାମକ ଜଣେ ମୁସଲମାନ ଯୁବକ ଆଜକୁ 7ବର୍ଷ ହେବ ଜଗତସିଂହପୁର ଜିଲ୍ଲା ର ଜଗତସିଂହପୁର ବଜାର ରେ ଘର ଭଡା ନେଇ ରହିବା ସହିତ ଗାଁ ଗାଁ ବୁଲି ଫେରି ବେପାର କରନ୍ତି। ସୋମବାର ଦିନ 12.30ମିନିଟ ସମୟରେ ବାଲିକୁଦା ଥାନା ଅଧୀନ ଭୋଦା ଛକରେ ଉକ୍ତ ଫେରିବାଲା ହେବାମାତ୍ରେ ହଠାତ ଭୋଦା ଗ୍ରାମର ଶିଶିର ସ୍ୱାଇଁ ଙ୍କ ପୁଅ ଦିପୁ ସ୍ୱାଇଁ ଛୁରୀ ଦେଖାଇ ତାଙ୍କୁ ଅଟକାଇଥିଲେ। ଦିପୁ ସ୍ୱାଇଁ ଫେରିବାଲାକୁ ଛୁରୀ ଦେଖାଇ ଭୟଭୀତ କରାଇବା ସହିତ ଟଙ୍କା ମାଗିଥିଲେ। ଫେରିବାଲା ଜଣକ ଭୟରେ 100ଟଙ୍କା ଦେଇ କାକୁତି ମିନତୀ ହୋଇ ମୋତେ ଛାଡିଦିଅ କହିଥିଲେେ । ଦିପୁ ଉକ୍ତ ବ୍ୟକ୍ତିର ଗାଡି ଚାବିକୁ ନେଇଯାଇ ଫେରିବାଲାକୁ ଟାଣି ଟାଣି ରାସ୍ତା କଡ଼କୁ ନେଇଯାଇଥିଲାା । ତା ପ୍ୟାଣ୍ଟ ପକେଟରୁ ଜୋରଜବରଦସ୍ତ ଟଙ୍କା ନେବାବେଳେ ଫେରିବାଲା ଜଣକ ଅସାମାଜିକ ଯୁବକ ଦିପୁକୁ ଅଟକାଇବାକୁ ଚେଷ୍ଟା କରିବାରୁ ସେ ତାକୁ ଜୀବନରୁ ମାରିଦେବାକୁ ଧମକ ଦେବା ସହିତ ପକେଟରେ ଥିବା ୬000ଟଙ୍କାକୁ ଛଡାଇ ନେଇଗଲା ଏବଂ ଫେରିବାଲାର ପେଟକୁ ଛୁରି ମାରିବା ବେଳେ ସେ ହାତ ଦେଖାଇ ଦେବାରୁ ଡାହାଣ ହାତରେ ଛୁରା ମାଡ଼ରେ କ୍ଷତ ହୋଇ ଖୁବ ଜୋରରେ ରକ୍ତ ସ୍ରାବ ହୋଇଥିଲା। ଫେରିବାଲା ଜଣକ ଚିତ୍କାର କରିବାରୁ ଦିପୁ ସେଠାରୁ ପଳାଇଯାଇଥିଲା। ପାଟିଶୁଣି କିଛିଲୋକ ଘଟଣା ସ୍ଥଳରେ ପହଂଚି ଫେରିବାଲାର ଏପରି ଅବସ୍ଥା ଦେଖି ପିସିଆର ଭ୍ୟାନ କୁ ଫୋନ କରିବାରେ ବାଲିକୁଦା ପୋଲିସ ଘଟଣା ସ୍ଥଳରେ ପହଂଚି ଥିଲେେ । ଫେରିବାଲାକୁ ଥାନାକୁ ଆଣିବା ପରେ ବାଲିକୁଦା ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିସ୍ଥିତ କରାଇଥିଲେ. ଫେରିବାଲା ଜଣକ ବାଲିକୁଦା ଥାନାରେ ଲିଖିତ ଅଭିଯୋଗ କରିଥିଲେେ । ପ୍ରକାଶଥାଉକି ଅନେକ ଥର ଉକ୍ତ ଛକରେ ଅଜିଜୁର ରହେମନ ଙ୍କ ଭଳି ଅନେକ ଗରିବ ବ୍ୟବସାୟୀ ମାନେ ଆଣ୍ଟିସୋସିଆଲ ଦିପୁ ସ୍ବାଇଁଙ୍କ କବଳରେ ପଡି ଜୀବନମରଣ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏବଂ ଜୀବିକା ମଧ୍ୟ ହରାଇ ବସିବେ। ବାଲିକୁଦାରୁଗୀତା ମହାରଣାଙ୍କ ରିପୋର୍ଟ।