ବାଲିକୁଦା :-
ତରାସାହି ଗ୍ରାମର ଧୂଳେଶ୍ୱର ବାରିକ ବାଲିକୁଦା ଥାନାରେ ଅଧୀନରେ ଥିବା ଗ୍ରାମ ଗୁଡିକରେ ଦୀର୍ଘ ବର୍ଷ ହେବ ଗ୍ରାମ ରକ୍ଷୀ ଭାବେ କାର୍ଯ୍ୟ କରିଆସୁଥିଲେ l ହେଲେ ଆଜି ସକାଳ 9ଟା ସମୟରେ ତାଙ୍କ ପୁଅ ପ୍ରତାପ ବାରିକ ବାଇକ ଯାହାର ନମ୍ବର OR 23C -9063ଯୋଗେ ଧୂଳେଶ୍ୱର ବାରିକ ଙ୍କୁ ବାଲିକୁଦା ଥାନାରେ ଡ଼ିଉଟି କରିବା ନିମନ୍ତେ ଥାନାକୁଯାଉଥିବା ବାଟରେ ବାଉଁଶଯୋରୀ ରାସ୍ତାରେ ହଠାତ ଦ୍ରୁତଗାମୀ ଏକ ସ୍କୁଟି ଗାଡି ଯାହାର ନମ୍ବର OD 21 3580 ତାଙ୍କ ସାମ୍ନା ପଟୁ ଆସି ବାଇକକୁ ଧକ୍କା ଦେଇଥିଲା ଫଳରେ ଗ୍ରାମରକ୍ଷୀ ଏବଂ ତାଙ୍କ ପୁଅ ତଳେ ପଡ଼ିଯାଇଥିଲେ । ଏହି ସମୟରେ ସ୍କୁଟି ଚାଳକ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ଘଟଣା ସ୍ଥଳରେ ଗ୍ରାମରକ୍ଷୀ ଧୂଳେଶ୍ୱର ଙ୍କର ମୁଣ୍ଡରେ ଖୁବ ଜୋରରେ କ୍ଷତ ହୋଇ ରକ୍ତସ୍ରାବ ହେଉଥିବା ବେଳେ ଗୋଡ଼ ଏବଂ ହାତ ଫ୍ୟାକଚର ହୋଇ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ତାଙ୍କ ପୁଅ ମଧ୍ୟ କ୍ଷତ ବିକ୍ଷତ ହେବା ସଙ୍ଗେ ସଙ୍ଗେ ବାଇକ ଗାଡି ସମ୍ପୂର୍ଣ ଭାଙ୍ଗିରୁଜି ଯାଇଥିଲା l ସ୍ଥାନୀୟ ଲୋକଙ୍କ ସହାୟତାରେ ମାଛଗାଁ ଡାକ୍ତରଖାନା କୁ ଚିକିତ୍ସା ନିମନ୍ତେ ଯାଇ ଉକ୍ତ ବାପ ପୁଅ ଙ୍କୁ ଡାକ୍ତର ଚିକିତ୍ସା କରିଥିଲେ । ପ୍ରତାପ ବାଲିକୁଦା ଥାନାକୁ ଫୋନ ମାଧ୍ୟମରେ ଜଣାଇବା ପରେ ଥାନାଅଧିକାରୀ ସେଠାରେ ପହଂଚି ଥିଲେ । ସ୍ଥାନୀୟ ଲୋକଙ୍କ ଜରିଆରେ ଧକ୍କା କରିଥିବା ସ୍କୁଟି ସମ୍ପର୍କରେ ଜାଣିବାକୁ ପାଇ ବାଲିକୁଦା ପୋଲିସ ଗାଡିକୁ ଜବତ କରିବା ସହ ସ୍କୁଟି ଚାଳକକୁ ବାଲିକୁଦା ଥାନା ରେ ଅଟକ ରଖିଛନ୍ତି ଉକ୍ତ ବ୍ୟକ୍ତି ସିଙ୍ଗିଟାଳିଆ ଗ୍ରାମର ଭଜନା ନନ୍ଦ ସାହୁ ଙ୍କ ପୁଅ ସୁବଳ ସାହୁଙ୍କୁ ବୋଲି ଜଣାପଡିଛି । ଏନେଇ ଗ୍ରାମରକ୍ଷୀଙ୍କ ପୁଅ ପ୍ରତାପ ବାରିକ ବାଲିକୁଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ବାଲିକୁଦାରୁ ଗୀତା ମହାରଣଙ୍କ ରିପୋର୍ଟ