କେନ୍ଦ୍ରାପଡା :-
ଦୁଇ ଓଳି ଦୁଇ ମୁଠା ପେଟ କୁ ଖାଦ୍ୟ ଯୋଗାଡ କରି ପାରୁ ନ ଥିବା ବେଳେ ଲଗାଣ ବର୍ଷା ସାଜିଛି ଦାଉ ମନ୍ଦିର ସମ୍ମୁଖ ରେ ପେଟ ପାଇଁ ଖାଦ୍ୟ ଯୋଗାଡ କରିବା ପାଇଁ ଭକ୍ତ ଙ୍କ ହାତ କୁ ଅନାଇ ଛନ୍ତି ସେମାନେ କିନ୍ତୁ ଏହି ଲଗାଣ ବର୍ଷା ସେମାନ ଙ୍କ ପାଇଁ ଦାଉ ସାଜିଛି । ଏହି ପରିସ୍ଥିତି ରେ କେନ୍ଦ୍ରାପଡ଼ା ଜିଲ୍ଲାର ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପହଞ୍ଚି ଥିଲା ପୁରୀ ଲୋକନାଥ ମନ୍ଦିର ସମ୍ମୁଖ ରେ ଆଉ ଦେଖିବାକୁ ପାଇଥିଲା ବର୍ଷା ରେ ଭକ୍ତ ମାନେ ନ ଆସିଥିବାରୁ ମନ୍ଦିର ସମ୍ମୁଖ ରେ ବସିଥିବା ଭିକ୍ଷୁକ ମାନଙ୍କ ର କରୁଣ ଚିତ୍ର ସଙ୍ଗେ ସଙ୍ଗେ ଯୋଗାଡ କରିଥିଲା କିଛି ଶୁଖିଲା ଖାଦ୍ୟ ମନ୍ଦିର ସମ୍ମୁଖ ରେ ବସିଥିବା 50 ରୁ ଉର୍ଦ୍ଧ ଭିକ୍ଷୁକ ମାନଙ୍କୁ ପ୍ରଦାନ କରିଥିଲା। ଏହି ଅଭିନବ ପ୍ରୟାସ କୁ ମନ୍ଦିର ନିକଟରେ ଥିବା ପୂଜକ ଓ ସ୍ଥାନୀୟ ବାସିନ୍ଦା ମାନେ ସାଧୁବାଦ୍ ଜଣାଇ ଥିଲେ । ଏହି ଧାର୍ମିକ କାର୍ଯ୍ୟ ରେ ଟ୍ରଷ୍ଟ ର ସଭାପତି ଦମନ କୁମାର ମହାନ୍ତି ଙ୍କ ସହ ସହ ସମ୍ପାଦକ କେଦାର ସ୍ବାଇଁ,ରାଜେଶ ସ୍ବାଇଁ , ନିଖିଲ ପାଇକରାୟ,ଏବଂ ଯୁବ ସାମ୍ଭାଦିକ ରାକେଶ କୁମାର ଲେଙ୍କା , ପୁରୀ ର ସମାଜ ସେବୀ ଗଜେନ୍ଦ୍ର ସେନାପତି, ସ୍ବୟଂ ଶତପଥୀ ,ନିଶିଥ୍ ପାଇକରାୟ ସହଯୋଗ କରିଥିଲେ।
କେନ୍ଦ୍ରାପଡ଼ା ରୁ ନିରଞ୍ଜନ ଓଝାଙ୍କ ରିପୋର୍ଟ