Type Here to Get Search Results !

ରାଜ୍ୟରେ ମହିଳା ଅସୁରକ୍ଷିତ, ଆନ୍ଦୋଳନ କୁ ଓହ୍ଲାଇବ ବିଜେପି ମହିଳା ମୋର୍ଚ୍ଚା

 


ତାଳଚେର :-

ଏନ ସି ଆର ବି ରିପୋର୍ଟ ରେ ରାଜ୍ୟରେ ମହିଳା ଙ୍କ ଉପରେ ଅତ୍ୟାଚାର, ଦୁଷ୍କର୍ମ ଅହେତୁକ ଭାବେ ବୃଦ୍ଧି ପାଇଥିବାର ପ୍ରକାଶ ପାଇଛି |ଦୈନିକ 6 ଜଣ ମହିଳା ଦୁଷ୍କର୍ମ ର ସ୍ୱୀକାର ହେଉଛନ୍ତି, ରାଜ୍ୟରେ ପୋଲିସ ପ୍ରଶାସନ ଉପରୁ ମହିଳା ଙ୍କର ଭରସା ତୁଟି ଗଲାଣି, ଥାନା କୁ ଗଲେ ନ୍ୟାୟ ମିଳୁନି, ଶାସକ ଦଳର ନେତା ଙ୍କ ଚାପରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ, ମହିଳା ମାନେ ରାଜ୍ୟରେ ଅସୁରକ୍ଷିତ ମଣୁଛନ୍ତି, ଏହାକୁ ନେଇ ବିଜେପି ମହିଳା ମୋର୍ଚ୍ଚା ର କୋର କମିଟି ର ଏକ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି |ପୌର ମଣ୍ଡଳ ସଭାନେତ୍ରୀ ମିଲ୍ଲୀ ପ୍ରଧାନ,କାଉନ ସିଲର ଅନିତା ବିଶ୍ୱାଳ,ମୃଣାଳିନୀ ପଟ୍ଟନାୟକ,ସଂଯୁକ୍ତା ମହାରଣା,ଶୋଭାଗିନୀ ପ୍ରଧାନ, ଦିପ୍ତୀପ୍ରଭା ମହାରଣା, ଝରଣା ମହାପାତ୍ର ପ୍ରମୁଖ ଯୋଗ ଦେଇ ଆଗାମୀ ଦିନରେ ରାଜ୍ୟ ସରକାର ବିରୁଦ୍ଧରେ ଜନ ଆନ୍ଦୋଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି |

ତାଳଚେର ରୁ ପ୍ରଦିପ ମହାରଣା ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.