ବଲାଙ୍ଗିର :-
ବଲାଙ୍ଗୀର କୋସଲ ସେନା ଓ କୋସଲ ମୁକ୍ତି ମୋର୍ଚ୍ଚା ଡାକରାରେ ବୁଧବାର ୧୨ ଘଣ୍ଟିଆ କୋଶଲ ମହାବନ୍ଦ ପାଳନ ଆରମ୍ଭ ହୋଇ ଥିଲା। ବଲାଙ୍ଗୀର ସହରରେ ସମସ୍ତ ଦୋକାନ ବଜାର, ଗାଡ଼ି ଚଳାଚଳ, ସରକାରୀ ବେସରକାରୀ ଅଫିସ ଓ ସଂସ୍ଥା ଆଦି ବନ୍ଦ ରହିଛି।ଔଷଧ ଦୋକାନ ଓ ଜରୁରୀକାଳୀନ ସେବା କୁ ଛାଡି ଦେଲେ ବାକିସବୁ ବନ୍ଦ ରହିଛି , ଏହାସହ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ସମର୍ଥନକାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କୋସଲବାଦୀ ଯୁବନେତା ସିପୁନ ଖମାରୀଙ୍କ ନେତୃତ୍ୱରେ ଆନ୍ଦୋଳନକାରୀ ସହରରେ ବାଇକ ରାଲି କରିଛନ୍ତି। କୋସଲ ପ୍ରଦେଶ ଦାବି କରି ସ୍ଲୋଗାନ ଦେବା ସହ ବିଭିନ୍ନ ସରକାରୀ ଓ ବେସରକାରୀ ଅଫିସ ସମ୍ମୁଖରେ ପିକେଟିଂ କରିଥିବା ଦେଖିବାକୁ ମିଳିଛି। ସୁରକ୍ଷା ଦୃଷ୍ଟିରୁ ଦୁଇ ପ୍ଲାଟୁନ୍ ପୋଲିସ ବ୍ୟବସ୍ଥା ବନ୍ଦୋବସ୍ତ କରାଯାଇଛି ବୋଲି dsp ତୁଫାନ୍ ବାଗ ଗଣମାଧ୍ୟମ ଆଗରେ ସୂଚନା ଦେଇଛନ୍ତିି। ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍