Type Here to Get Search Results !

ଚୋରାମଦ ବେପାରୀ ଠାରୁ ମଦ ଅଟକାଇ ପୋଲିସକୁ ଦେଲେ ଲୋକେ


ଏରସମା :-

ଏରସମା ଥାନା ଅନ୍ତର୍ଗତ ଗୋଡା ପଞ୍ଚାୟତ ଅଫିସ୍ ଛକରେ ଜଣେ ଚୋରାମଦ ବେପାରୀ ଏକ ବାଇକରେ ମଦ ପେଟି ବୋଝେଇ କରି ନେଉଥିବା ସମୟରେ ସ୍ଥାନୀୟ ଗ୍ରାମବାସୀମାନେ ସମୃକ୍ତ ବ୍ୟକ୍ତିଙ୍କୁ ଅଟକାଇ ଏରସମା ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚିବା ପୂର୍ବରୁ ବେପାରୀ ଜଣକ ମଦ ସହିତ ତାଙ୍କ ବାଇକ ସେହି ଠାରେ ଛାଡି ପଳାଇଯାଇଥିଲେ । ସୂଚନା ମୁତାବକ ଗୋଡାରେ ଏକ ସରକାରୀ ବିଦେଶୀ ମଦ ଦୋକାନ ରହିଛି । ଯାହା ଫଳରେ ଏହାର ପାଖ ଅଞ୍ଚଳରେ ଦୈନଦିନ କିଛି ନା କିଛି ଗଣ୍ଡଗୋଳ ଏବଂ ଚୋରି ଡକାୟତି ଲାଗି ରହିଥାଏ । ପୁଣି ଏହି ସରକାରୀ ଦୋକାନରୁ ପ୍ରତ୍ୟେକ ଦିନ ଶହ ଶହ ଲିଟର ମଦ ଗାଁ ଗହଳରେ ଚୋରା ବେପାରୀଙ୍କୁ ଯୋଗାଇ ଦିଆଯାଇଥାଏ । ଯାହା ଫଳରେ ଗୋଡ଼ା ଆଉ ଏହାର ନିକଟ ବର୍ତ୍ତି ଅଞ୍ଚଳରେ ଚୋରା ମଦର ବନ୍ୟା ହେଉଥିବା ଦେଖିବାକୁ ମିଳୁଛି । ସାଧାରଣ ଲୋକ ଅତିଷ୍ଟ ହୋଇ ପଡିଲେ ବି ଭୟରେ କିଛି କରି ପାରନ୍ତି ନାହିଁ । ପୋଲିସ ଏବଂ ଅବକାରୀ ବିଭାଗ ସବୁ ଜାଣିବି ନୀରବଦ୍ରଷ୍ଟା ସାଜିଛନ୍ତି । ଅତିଷ୍ଠ ଲୋକମାନେ ଆଜି ଏକତ୍ରିତ ହୋଇ ସାଳିଓ ଗ୍ରାମର ଶ୍ରିହରୀ ପରିଡ଼ାଙ୍କ ପୁଅ ପ୍ରବୀଣ ପରିଡ଼ାକୁ ଆଜି ସକାଳ ୮ଟା ସମୟରେ ଅଟକାଇ ପୋଲିସକୁ ଖବର ଦେଇଥିଲେ । ମାତ୍ର ପ୍ରବୀଣ ଲୋକମାନଙ୍କ କବଳରୁ ଖସି ପଳାଇ ଯାଇଥିଲେ । ପୋଲିସ ପହଞ୍ଚି ପ୍ରବିଣର ବାଇକ ଯାହାର ନମ୍ବର ଓଡି ୨୧ବି ୯୦୫୧ ସହିତ ଗୋଟେ ବଡ ବସ୍ତା ଏବଂ ଦୁଇଟି ବ୍ୟାଗରେ ଭର୍ତ୍ତି ହୋଇଥିବା ମଦ ଜବତ କରିଥିଲେ । ଏହି ପରି ବିପୁଳ ପରିମାଣରେ ଚୋରା ମଦ ଚାଲାଣ ରୋକିବା ପାଇଁ ସାଧାରଣରେ ଦାବି ହୋଇଛି । ଜଗତସିଂହପୁର ରୁ ସତ୍ୟବ୍ରତ ସାମଲ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.