Type Here to Get Search Results !

ସର୍ଗିବାହାଲ ମଣ୍ଡଳ ସ୍ତରୀୟ ବିଜେପିର ସାଙ୍ଗଠନିକ ବୈଠକ

  


ପଦ୍ମପୁର :-

ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଜେପି ସର୍ଗିବାହାଲ ମଣ୍ଡଳ ସ୍ତରୀୟ ଏକ ସାଙ୍ଗଠନିକ କାର୍ଯ୍ଯକର୍ତ୍ତା ବୈଠକ ସର୍ଗିବାହାଲ ସ୍ଥିତ ମଣ୍ଡି ଗୃହ ଠାରେ ଅନୁଷ୍ଠିତ ହୋଇଥିଲା । ସର୍ଗିବାହାଲ ମଣ୍ଡଳ ସଭାପତି ନିରାକାର ବରିହାଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି,ବିଜେପି  ଆଦିବାସୀ ମୋର୍ଚ୍ଚା ରାଜ୍ଯ ସାଧାରଣ ସଂପାଦକ ଗୋବର୍ଦ୍ଧନ ଭୁଏ ,ରାଜ୍ୟ ଯୁବ ମୋର୍ଚ୍ଚା ସମ୍ପାଦକ ପ୍ରୀତେଶ ବହିଦାର, ବରିଷ୍ଠ ବିଜେପି ନେତା ରାଜୁ ଘିବେଲା, ବରିହାପାଲି ପୂର୍ବତନ ସରପଞ୍ଚ ସତ୍ୟବାନ ପ୍ରଧାନ,ପୂର୍ବତନ ସମିତିସଭ୍ଯ ଦେବେନ୍ଦ୍ର ସାହୁ,ବିଜେପି ବରିଷ୍ଠ ନେତା ଲୋଚନ ବରିହା,ଅଶୋକ ମିଶ୍ର,କୁନା ପାଣିଗ୍ରାହୀ,କେଶବ ଜାଲ,ଦୟାନିଧି ସୁନା,ଆର୍ତ୍ତ ସେଠ,ରାହାସ ବିହାରୀ ସାହୁ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଆଗାମୀ ଦିନରେ ହେବାକୁ ଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନ ଅବସରର ସେବା ସପ୍ତାହ,ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡାଙ୍କ ଓଡିଶା ଗ୍ରସ୍ତ କାର୍ଯ୍ୟକ୍ରମ,ସମସ୍ତ ପୂର୍ଣ୍ଣାଙ୍ଗ ବୁତ କମିଟୀ ଓ ସାଙ୍ଗଠନିକ କୁ ମଜବୁତ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଣିତ ବିଭିନ୍ନ ଜନ ହିତକର ଯୋଜନା କିପରି ଲୋକଙ୍କ ପାଖକୁ ପହଞ୍ଚିପାରିବ ସେ ନେଇ ଆଲୋଚନା କରାଯାଇ ଥିବାବେଳେ  ଆଗାମୀ ୨୦୨୪ ନିର୍ବାଚନର ରଣନୀତି ପ୍ରସ୍ତୁତି ସହିତ ବିଜେପି ଦଳର ସମସ୍ତ ମୋର୍ଚ୍ଚାର ସଭାପତି ସଦସ୍ୟ ଏବଂ ତୃଣମୂଳ ସ୍ତରରେ କାମ କରିବାକୁ ଅତିଥି ମାନେ ଆହ୍ଵାନ କରିଥିଲେ । ଏଥିରେ ଧରମ ମେହେର,କାନ୍ତ ବାରିକ,ଚିତ୍ତ ପ୍ରଧାନ,ଟେଙ୍ଗୁନ ପ୍ରଧାନ,ଦେବରାଜ ସାହୁ,ଦେବେନ୍ଦ୍ର ସାହୁ,ମଣ୍ଟୁ ପାଣ୍ଡେଙ୍କ ସମେତ ସର୍ଗିବାହାଲ ମଣ୍ଡଳ ସ୍ତରୀୟ ସର୍ଗିବାହାଲ,ବରିହାପାଲି,ଡଙ୍ଗାଘାଟ,ଜମଲା,ପଲଶାପାଲି,ଟାଲ,ମେଲଛାମୁଣ୍ତା,ଜ୍ଞାନ ଆଦି ଅଞ୍ଚଳରୁ  ଶତାଧିକ ଦଳୀୟ କର୍ମକର୍ତ୍ତା ସଦସ୍ୟ କର୍ମୀ ଉପସ୍ଥିତ ଥିଲେ । ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.