Type Here to Get Search Results !

୧୫ କ୍ଵିଣ୍ଟାଲ ଗଜାନନ ଙ୍କ ଲଡୁ ନିଲାମ

 


ତାଳଚେର :-

ତାଳଚେର ବଡ଼ ପର୍ବ କହିଲେ ଗଣେଶ ପୂଜା ଏଥିରେ , ୧୦୦ରୁ ଅଧିକ ମଣ୍ଡପରେ ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା କରାଯାଇଥଏ । ଗଣେଶ ପୂଜା ପାଇଁ ଉତ୍ସବ ମୁଖର ହୋଇଥଏ ଗାଁ ଠୁ ସହର । ବିଭିନ୍ନ ପୂଜା କମିଟି ପକ୍ଷରୁ ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିବା ପାଇଁ କରାଯାଇଥାଏ ଜୋରଦାର ପ୍ରସ୍ତୁତି । ମିନା ବଜାର ଓ ବିଭିନ୍ନ ପ୍ରକାର ଦୋଳି ସହ ଚଟପଟି ଖାଇବାର ମଜା ନେଇଥାନ୍ତି ଶ୍ରଦ୍ଧାଳୁ । ସେଇପରି ଭସାଣି ମଧ୍ୟ ଧୁମ ଧାମ ରେ ହୋଇଥଏ । ହୋଇଥଏ ମେଲଣ ଉତ୍ସବ ଶୋଭାଯାତ୍ରା । ଯୋଗ ଦେଇଥାନ୍ତି ସମସ୍ତ ବର୍ଗର ଲୋକ । ଚଳିତ ବର୍ଷ ପ୍ରଭୁ ଗଜାନନ ଙ୍କ ଭସାଣି ବହୁ ଆଡମ୍ବର ସହକାରେ କରାଯାଇଥିଲା । ସେପରି ଆଜି 15 କୁଇଣ୍ଟାଲ ର ଅଗ୍ରପୁଜ୍ୟ ଗଜାନନ ଙ୍କ ଲୋଡୁ ଲାଲବାଗ ଗଣେଶ ପୂଜା କମିଟି  ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ନିଲାମ ନେଇଥିବା ବେଳେ । ଆଜି ଗଣେଶ ପୂଜା ଭସାଣି ଚାଲିଛି । ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସୁବନ୍ଦୋବସ୍ତ କରାଯିବାସହ ଆଇନଶୃଙ୍ଖଳା ରକ୍ଷା ନିମନ୍ତେ ବିଭିନ୍ନ ସ୍ଥାନରେ କଂଟ୍ରୋଲ ରୁମ୍ ଖୋଲାଯାଇଛି । ଗାଡି ମଟର ଙ୍କୁ ଅନ୍ୟତ୍ର ରାସ୍ତାଦେଇ one way direction ଟ୍ରାଫିକ ବ୍ୟବସ୍ଥା କରାଯାଇଛି । ତାଳଚେର ରୁ ପ୍ରଦୀପ କୁମାର ମହାରଣା ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.