ବଲାଙ୍ଗିର :-
ବଲାଙ୍ଗିର ସମ୍ପ୍ରତି ବିଶ୍ୱ ସମୁଦାୟର ଗୋଟିଏ ମାତ୍ର ଲକ୍ଷ୍ୟ ହେଲା, ପରିବେଶ ସୁରକ୍ଷା। ପରିବେଶ ବଞ୍ଚିଲେହିଁ ମଣିଷ ବଂଚିବ ଏହାହିଁ ବର୍ତ୍ତମାନର ମୂଳ ଆବଶ୍ୟକତା। ପରିବେଶ ସୁରକ୍ଷା କ୍ଷେତ୍ରରେ ବନ୍ୟଜନ୍ତୁ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। ତେଣୁ ସେମାଙ୍କ ସଂରକ୍ଷଣ ନିତାନ୍ତ ଆବଶ୍ୟକ। ଏହି ବନ୍ୟଜନ୍ତୁ ସଂରକ୍ଷଣ ପାଇଁ ଭାରତରେ ପ୍ରତି ବର୍ଷ ଅକ୍ଟୋବର ମାସର ପ୍ରଥମ ସପ୍ତାହରେ ବନ୍ୟଜନ୍ତୁ ସୁରକ୍ଷା ସପ୍ତାହ ପାଳନ କରାଯାଉଛି। ଏହି ଅବସରରେ ସେଞ୍ଚୁରିଅନ ବିଦ୍ୟାଳୟ ବଲାଙ୍ଗୀରରେ ଏକ କୁଇଜ ପ୍ରତିଯୋଗିତା ଅଷ୍ଟମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ଛାତ୍ର, ଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲାା। କାର୍ଯ୍ୟକ୍ରମଟି ବିଦ୍ୟାଳୟର ( ଇକୋ ) କ୍ଲବର ସଦସ୍ୟ ଓ ଶିକ୍ଷକ, ଶିକ୍ଷୟତ୍ରୀଙ୍କ ଦ୍ୱାରା ପରିଚାଳିତ ହୋଇଥଲା। କାର୍ଯ୍ୟକ୍ରମଟି ଅନୁଷ୍ଠାନର ଆଞ୍ଚଳିକ ନିର୍ଦେଶକ ଶ୍ରୀଯୁକ୍ତ ପ୍ରଦୀପ ଷଡ଼ଙ୍ଗୀଙ୍କର ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ସମ୍ପାଦିତ ହୋଇଥଲା। ପ୍ରତିଯୋଗିତା ରେ 105 ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଅନୁଷ୍ଠାନର ଶିକ୍ଷକ ଶ୍ରୀଯୁକ୍ତ ଅରିନ୍ଦମ ପରିଛା, ଶିକ୍ଷୟତ୍ରୀ ଭକ୍ତି ପଢାରିଆ, ଶ୍ରଦ୍ଧାମାୟୀ ନାଏକ ପ୍ରଭୃତି ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସଫଳ କରାଇଥିଲେ। ପ୍ରତିଯୋଗିତାରେ ଛାତ୍ର ଓ ଛାତ୍ରୀ ମାନଙ୍କର ଦଳ ଗଠିତ ହୋଇଥିଲାା। ଏମାନଂକ ମଧ୍ୟରୁ ଶେଷରେ ଦ୍ୱାଦଶ ଶ୍ରେଣୀର ଦୁଇ ଜଣ ଛାତ୍ରୀ ସୁଶ୍ରୀ ସଂଚିତା ବିଶ୍ୱାଳ ଓ ଇପ୍ସିତା ବିଶ୍ୱାଳଙ୍କ ଦଳ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥଲେ.ବାସ୍ତବରେ ଛାତ୍ର, ଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାରେ ଏବଂ ସେମାନଙ୍କୁ ଉପଯୁକ୍ତ ସୂଚନା ପ୍ରଦାନ କରିବାରେ କାର୍ଯ୍ୟକ୍ରମଟି ସଫଳ ହୋଇପାରିଥିଲା। ଅନୁଷ୍ଠାନର ଏହି ପ୍ରୟାସକୁ ସହରର ସବୁ ବର୍ଗର ଲୋକ ସ୍ୱାଗତ କରିବା ସହିତ ଭୂୟସୀ ପ୍ରଶଂସା ମଧ୍ୟ କରିଛନ୍ତି। ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍