Type Here to Get Search Results !

ଗୁରୁ ଦିବସ ରେ ବ୍ଲକ ସ୍ତରୀୟ ଶିକ୍ଷକ ମହାସମାବେଶ ଓ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ


ଚାନ୍ଦବାଲି :-

  ପବିତ୍ର ଗୁରୁ ଦିବସ ଅବସରରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଶିକ୍ଷକ ସମନ୍ୱୟ ସମିତି ଆନୁକୂଲ୍ୟରେ ସ୍ଥାନୀୟ ବିଜୁସ୍ମୃତି ଭବନ ଠାରେ ଶିକ୍ଷକ ସମାବେଶ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷକ ସମନ୍ୱୟ ସମିତି ର ସଭାପତି ପ୍ରଫୁଲ୍ଲ ଦାସ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସଭାରେ ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୁତାର ,ବି. ଡି. ଓ ଜ୍ୟୋତିବିକାଶ ଦାସ ,ବ୍ଲକ ଅଧକ୍ଷା ମିନତୀ ସୁତାର ,ଏନ. ଏ. ସି ଅଧକ୍ଷା ଶାନ୍ତିଲତା ସେଠୀ ଅତିଥି ଭାବେ ଯୋଗଦାନ କରିଥିଲେ । 5 ବର୍ଷ ହେଲା ଏହି ଶିକ୍ଷକ ସମାବେଶ ପାଳିତ ହୋଇ ଆସୁଛି । 18 ଜଣ ଅବସର ପ୍ରାପ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ 16 ଜଣ ମେଧାବୀ ଛାତ୍ରଛାତ୍ରୀ ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । 

ଚାନ୍ଦବାଲି ରୁ ସାଗର ରାଉଳ ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.