Type Here to Get Search Results !

ଚାଲିଗଲେ ନରି ସାର୍


କେନ୍ଦ୍ରାପଡା :-

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ବିଜୟନଗର ପଞ୍ଚାୟତ ସଦର ବିଜୟନଗର ଗ୍ରାମର ଆଦର୍ଶ ଅଧ୍ୟାପକ ନରେନ୍ଦ୍ର ପାତ୍ର ଓରଫ ନରି ସାରଙ୍କର ଆକସ୍ମିକ ଭାବରେ ଦେହାନ୍ତ ହୋଇଥିବାର ସୂଚନା ମିଳିଛି । ନରି ସାର ଶ୍ରୀ ଶ୍ରୀ ବାୟାଵାବା ମହାବିଦ୍ୟାଳୟରେ ଅଧ୍ୟାପକ ଭାବେ କାର୍ଯ୍ୟ କରି ଆସୁଥିଲେ । 16 ଦିନ ହେବ ଦେହ ଅସୁସ୍ଥ ହେବାରୁ କଟକ ବଡ ମେଡିକାଲରେ ଚିକିତ୍ସିତ ହେବା ଅବସ୍ଥାରେ ଅକ୍ସିଜେନ ଅଭାବରୁ ଦେହାନ୍ତ ହୋଇଛି ବୋଲି ପରିବାର ଲୋକ କୁହନ୍ତି । ଏଭଳି ଦୁଃଖଦ ଖବର ପାଇ ନରି ସାରଙ୍କ ଘରେ ପହଞ୍ଚିଥିଲେ ସୁବାଷ ଇଞ୍ଜିନିୟରିଂ କଲେଜର ଚେୟାର ପର୍ସନ, ପ୍ରତିଷ୍ଠାତା ଓ ଭାରତୀୟ ଜନତା ପାର୍ଟିର ଶୃଙ୍ଖଳିତ କର୍ମୀ ଡ଼ ସୌଭାଗ୍ୟ କୁମାର ପରିଡ଼ା । ସ୍ବର୍ଗତ ନରି ସାରଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ଡ଼ ସୌଭାଗ୍ୟ କୁମାର ପରିଡ଼ା । ନରି ସାରଙ୍କ ଶେଷ କୃତ୍ୟ ସଂପନ୍ନ ହୋଇଛି ।

କେନ୍ଦ୍ରାପଡ଼ାରୁ ନିରଞ୍ଜନ ଓଝା ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.