Type Here to Get Search Results !

ଏଣିକି ଓଡ଼ିଆ ଭାଷାରେ ହେବ ଓସିଏସ୍‍ ପରୀକ୍ଷା


ଭୁବନେଶ୍ୱର :-

ଏଣିକି ଓଡ଼ିଆ ଭାଷାରେ ବି ଛାତ୍ରଛାତ୍ରୀ ଓସିଏସ(ଓଡ଼ିଶା ପ୍ରଶାସନିକ ସେବା) ପରୀକ୍ଷା ଦେଇ ପାରିବେ। ଓସିଏସ୍‍ର ପ୍ରିଲିମ୍‍, ମେନ୍‍ ଓ ଇଣ୍ଟରଭ୍ୟୁ (ସାକ୍ଷାତକାର) ଆଦି ଓଡ଼ିଆରେ ହେବ। ପ୍ରଶ୍ନ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ପ୍ରସ୍ତୁତ ହେବ। ପରୀକ୍ଷାର୍ଥୀ ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ପରୀକ୍ଷା ଦେଇପାରିବେ। ୟୁପିଏସସି ଢାଞ୍ଚାରେ ହିଁ ସମସ୍ତ ପରୀକ୍ଷା ଆୟୋଜନ ହେବ। ସରକାରୀ ସ୍ତରରେ ଏନେଇ ନିଷ୍ପତ୍ତି ହୋଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଓପିଏସସିକୁ ମଧ୍ୟ ମାର୍ଗଦର୍ଶିକା ଜାରି ହୋଇଛି। ମାର୍ଗଦର୍ଶିକା ଅନୁଯାୟୀ ମେନ୍‍ ପରୀକ୍ଷା ଢାଞ୍ଚାରେ ବି ପରିବର୍ତ୍ତନ ହେବ। ଇଂରାଜୀରେ ରଚନା ୨ଶହ ମାର୍କର ହେବାକୁ ଥିବାବେଳେ ୪ଟି ପେପର୍‍ରେ ସାଧାରଣ ଜ୍ଞାନ ବିଭାଗର ପରୀକ୍ଷା ହେବ।

୩ଶହ ଲେଖାଏଁ ୪ଟି ସାଧାରଣ ଜ୍ଞାନ ବିଷୟକୁ ମୋଟ୍‍ ୧୨ଶହ, ଅପ୍ସନାଲ୍‍ ପେପର୍‍ ପ୍ରଥମ ଓ ଦ୍ୱିତୀୟରେ ୩ଶହ ଲେଖାଏଁ ମୋଟ୍‍ ୬ଶହ ମାର୍କର ପରୀକ୍ଷା ହେବ। ମେନ୍‍ ପରୀକ୍ଷା ସମୁଦାୟ ୨ ହଜାର ସହ ସାକ୍ଷାତକାର ୨୫୦ ମାର୍କ ସମ୍ବଳିତ ହେବ। ସେହିପରି ମେନ୍‍ର ବିଭିନ୍ନ ବିଷୟର ପ୍ରଶ୍ନ ପାଇଁ ଓଡ଼ିଆରେ ମଧ୍ୟ ଉତ୍ତର ଲେଖାଯାଇ ପାରିବ। ଯାହାକି ପୂର୍ବରୁ ଓଡ଼ିଆ ଭାଷାକୁ ବାଦ୍‍ ଦେଲେ ଅନ୍ୟ ବିଷୟଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ ନ ଥିଲା। ପରୀକ୍ଷାର୍ଥୀ ମାନେ ଉଭୟ ଭାଷାର ପ୍ରଶ୍ନପତ୍ର ପାଇବେ ଓ ଉଭୟ ଭାଷାରେ ଉତ୍ତର ମଧ୍ୟ ଲେଖିପାରିବେ। ବହୁ ପୂର୍ବରୁ ଓଡ଼ିଆରେ ଓଏଏସ ପରୀକ୍ଷା ଆୟୋଜନ ଲାଗି ଦାବି ହୋଇ ଆସୁଥିଲା। ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ପକ୍ଷରୁ ଏନେଇ ବାରମ୍ବାର ସରକାରଙ୍କୁ ଅବଗତ କରାଯାଇଥିଲା। ବ୍ୟୁରୋ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.