Type Here to Get Search Results !

ବୈଦପାଲି ଗାଁରେ ମୁଗ ଓ ରାଶି ଚାଷର ବିବିଧତା ଉପରେ ଚାଷୀଙ୍କୁ ତାଲିମ ପ୍ରଦାନ

  


ପଦ୍ମପୁର :-

ବରଗଡ ଜିଲ୍ଲା ପଦ୍ମପୁର ବ୍ଲକରେ ଥିବା ବୈଦପାଲି ଗାଁରେ ଭିତ୍ତିଭୂମି ସେବା ସଂଗଠନ ଦ୍ୱାରା କରାଯାଇଥିବା ମାଣ୍ଡିଆ, ରାଶି, ମୁଗ, କୁଦ, ଗୁରିଜି ଚାଷର ମଦର ଟ୍ରାଏଲ କ୍ଷେତରେ ମୁଗରେ 19 କିସମର ବିହନ, ରାଶି 11 କିସମର , ମାଣ୍ଡିଆ 26 କିସମ, କୁଦ 6 କିସମ, ଗୁରୁଜୀ 27 କିସମର ବିବିଧତା କ୍ଷେତ୍ରର ପରୀକ୍ଷା ଓ ନିରୀକ୍ଷା କରିବା ପାଇଁ କାମ କରୁଛି। ଫସଲର ଗୁଣ, ଖାଦ୍ୟ ନିରାପତ୍ତା, ଉତ୍ପାଦନ ସହିତ ନିଜ ଅଂଚଳରେ କେଉଁ ଫସଲ ଅଧିକ ସକ୍ଷମ ହେଇ ପାରିବ ସେ ଉପରେ ଆଜିର କାର୍ଯକ୍ରମ ହୋଇଥିଲା। କାର୍ଯକ୍ରମ ପ୍ରାରମ୍ଭରେ ଦେଶୀ ବିହନ ସୁରକ୍ଷା ମଂଚର ଆବାହକ ସରୋଜ ମହାନ୍ତି ବିଷମୁକ୍ତ ଖାଦ୍ୟ, ରୁଣମୁକ୍ତ ଚାଷୀ , ଆତ୍ମନିର୍ଭରଶୀଳ କୃଷି ସହ ସୁସ୍ଥ ବଜାରର ଉଦ୍ଦେଶ୍ୟ ବିଷୟରେ ନିଜ ବକ୍ତବ୍ୟ ଚାଷୀଙ୍କ ସାମ୍ନାରେ ରଖିଥିଲେ। କୌଣସି ଫସଲର ଚାଷ ଓ ତାର ଗବେଷଣାତ୍ମକ କାମ ବିଶ୍ବବିଦ୍ୟାଳୟ ଭିତରେ ସୀମିତ ନ ରହି ଚାଷୀ ବି ନିଜେ ଗବେଷଣା କରି ସମସ୍ତ ଫସଲକୁ ଜୈବିକ ପ୍ରକ୍ରିୟାରେ ଅଧିକ ଉତ୍ପାଦନ କିପରି ହେଇ ପାରିବ ସେ ଜ୍ଞାନ କୌଶଳ ଚାଷୀଙ୍କ ମଧ୍ୟରେ ପ୍ରସାର ହୋଇ ପାରିବ ସେ ବିଷୟରେ ମଧ୍ୟ କହିଥିଲେ। ଏହି କାର୍ଯକ୍ରମରେ ମୂଖ୍ୟତଃ ବରଗଡ଼ ସଦର, ପଦ୍ମପୁର, ଗାଇସିଲେଟ ଅଂଚଳର 50 ଜଣ ଜୈବିକ ଚାଷୀ ନିଜ କ୍ଷେତରେ କରିଥିବା ବେବି ଟ୍ରାଏଲରେ ରାଶି ଆଉ ମୁଗ ଚାଷ କିପରି କରିଛନ୍ତି ସେ ବିଷୟରେ କହିଥିଲେ। ମହିଳା ଓ ପୁରୁଷ ଚାଷୀ ମାନଙ୍କର ସହିତ ମୁଗ ଓ ରାଶି ଫସଲର ଉତ୍ପାଦନ, ଗୁଣବତ୍ତା, ଏବଂ ସହଣଶିଲତାକୁ ନେଇ ଚାଷୀଙ୍କ ଦ୍ୱାରା କିସମ ଚିହ୍ନଟ କିପରି କରାଯାଉଛି ଫିବେଲ ସଂସ୍ଥାର ବୈଜ୍ଞାନିକ ଡ଼. ତନୟ ଯୋଶୀ ତାଲିମ ଦେଲେ । ଚାଷୀଙ୍କୁ ମୁଗ ଆଉ ରାଶିର ଉତ୍ତମ କିସମ ଚିହ୍ନଟ ଏବଂ ଜଳବାୟୁ ପରିବର୍ତ୍ତନ ହେତୁ କିଛି କିସମର ରୋଗପୋକ ଲାଗିବା ହେତୁ ଉତ୍ପାଦନ କମିବା ସେ ବିଷୟରେ କହିଥିଲେ। 19 କିସମରୁ ସବୁଠାରୁ ଉନ୍ନତ ବିହନ କେଉଁ ବିହନ ଚାଷୀମାନେ ଚୟନ କରିଥିଲେ। ଏହି କାର୍ଯକ୍ରମରେ ସୁଇସଏଡ଼ ସଂଗଠନରୁ ଅବନୀ ରାୱଲ ଓ ସାଗର ମହାନ୍ତି ଉପସ୍ଥିତ ରହିଥିଲେ। ଏହି କାର୍ଯକ୍ରମକୁ ଭିତ୍ତିଭୂମି ସେବା ସଂଗଠନର ବବୁଲୁ ବଗର୍ତ୍ତି ସଂଚାଳନ କରିଥିଲେ। ସଂଗଠନର ସୁଖଦେଵ ସ୍ୱାଇଁ, କମଳ ଲୋଚନ ଭୋଇ, ବୁଧୁରାମ ବାରିହା, ଦାଶରଥି ବେହେରା, ପ୍ରହଲ୍ଲାଦ ପଧାନ କାର୍ଯକ୍ରମକୁ ସହଯୋଗ କରିଥିଲେ। ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.