ବରଗଡ :-
ରାଷ୍ଟ୍ରଭାଷା ହେଉଛି ରାଷ୍ଟ୍ରର ଆତ୍ମା। ରାଷ୍ଟ୍ରର ପ୍ରଗତି ଓ ସମୃଦ୍ଧି ର ପଥପ୍ରଦର୍ଶକ ଭାବରେ ରାଷ୍ଟ୍ରଭାଷା ର ମହତ୍ବକୁ ରାଷ୍ଟ୍ର ସ୍ବୀକାର କରିଥାଏ ବୋଲି ଜିଲ୍ଲା ସ୍ତରୀୟ ହିନ୍ଦୀ ଦିବସ ପାଳନ ଅବସରରେ ବକ୍ତାଗଣ ମତବ୍ୟକ୍ତ କରିଥିଲେ । ଆଜି ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ୍ ହଲ୍ ପରିସରରେ ହିନ୍ଦୀ ଶିକ୍ଷକ ସଂଘର ସଭାପତି ଶ୍ରୀଯୁକ୍ତ ମନୋହର ସାହୁଙ୍କ ଅଧ୍ୟକ୍ଷତାରେ ତଥା ଡକ୍ଟର ଡୋଳାମଣି ସାହୁଙ୍କ ସଂଯୋଜନା ରେ ଅନୁଷ୍ଟିତ ଜିଲ୍ଲା ସ୍ତରୀୟ ହିନ୍ଦୀ ଦିବସ ପାଳନ ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ମିତ୍ରଭାନୁ କଛ୍ଛପ ମୁଖ୍ଯ ଅତିଥି ରୂପେ ଯୋଗଦାନ କରି ହିନ୍ଦୀ ଦିବସ ପାଳନ ର ମହତ୍ବ ଉପରେ ଗୁରୁତ୍ବାରୋପ କରିଥିଲେ । ସଂବଲପୁର କେନ୍ଦ୍ରୀୟ ବିଦ୍ଯାଳୟ ର ସେବାନିବୃତ ହିନ୍ଦୀ ଅଧ୍ୟାପକ ଡକ୍ଟର ବରୁଣେନ୍ଦ୍ର ସିଂ ମୁଖ୍ଯ ବକ୍ତା ତଥା ମହାତ୍ମା ଗାନ୍ଧୀ ଡିଗ୍ରୀ ମହାବିଦ୍ଯାଳୟ ଭୁକ୍ତା ର ହିନ୍ଦୀ ଅଧ୍ୟାପକ ଡକ୍ଟର ଦୟାନିଧି ସା ସମ୍ମାନୀତ ବକ୍ତା ଭାବରେ ଯୋଗଦାନ କରି ରାଷ୍ଟ୍ର ନିର୍ମାଣରେ ହିନ୍ଦୀର ଭୂମିକା ଉପରେ ମତ ରଖି ଥିଲେ। ସଭା ପ୍ରାରମ୍ଭରେ ହିନ୍ଦୀ ଶିକ୍ଷୟିତ୍ରୀଗଣ ପ୍ରାରମ୍ଭିକ ସଂଗୀତ ଗାନ ପରେ ଶ୍ରୀ ବଳରାମ ସାହୁ ସ୍ବାଗତ ଓ ଉଦ୍ଦେଶ୍ଯ ଜ୍ଞାପନ କରିଥିବା ବେଲେ ସଂଘର ସଂପାଦକ ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁ ବିବରଣୀ ପାଠ ତଥା ଶ୍ରୀଯୁକ୍ତ ତ୍ରିଲୋଚନ ନାଏକ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ଜିଲ୍ଲା ର ବିଭିନ୍ନ ବିଦ୍ଯାଳୟରୁ ସେବାନିବୃତ ହିନ୍ଦୀ ଶିକ୍ଷକ ଓ ଶିକ୍ଷୟିତ୍ରୀ ସର୍ବଶ୍ରୀ ସୁରଶ କୁମାର ପଣ୍ଡା,ଶୀତଳ ପଧାନ ରୁଦ୍ରାଣୀ ଦୀକ୍ଷିତ,କୀର୍ତ୍ତନ ବୈଶାଖ,ମନ୍ଦାକିନୀ ପଧାନ,ଅମୃତା ବେହେରା,ଅଶୋକ ମହାକୁର ଓ ତ୍ରିଲୋଚନ ଶାସ୍ତ୍ରୀଙ୍କୁ ମୁଖ୍ଯ ଅତିଥି ମାନପତ୍ର ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏତତ୍ବ୍ଯତୀତ ନିକଟରେ ଜିଲ୍ଲାର ବିଭିନ୍ନ ବିଦ୍ଯାଳୟରେ ନୂତନ ଭାବେ ଯୋଗଦାନ କରିଥିବା ଶିକ୍ଷକ- ଶିକ୍ଷୟିତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ଉତ୍ସବ ରେ ଜିଲ୍ଲାର ସମସ୍ତ ବିଦ୍ଯାଳୟର ହିନ୍ଦୀ ଶିକ୍ଷକ - ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ । ଶେଷରେ ଶିକ୍ଷକ ଶ୍ରୀଯୁକ୍ତ ରାମକୁମାର ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।
ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ