ଅନୁଗୁଳ :-
ଆଜି ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟି ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ ଜେନାଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଦନା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଙ୍କ ସହ ଓଡିଶା ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ବନ୍ଦିତା ପରିଡ଼ା ଯୋଗ ଦେଇ ବର୍ତମାନ ଚାଲିଥିବା "ଭାରତ ଯୋଡ଼ ଯାତ୍ରା" ଏବଂ "ମିଶନ ୯ ରୁ ୯୦" ଉପରେ ମହିଳା କଂଗ୍ରେସ କର୍ମୀ ତଥା କଂଗ୍ରେସ କର୍ମୀ ମାନଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ। ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟିର ଏ ବିଶାଳ ରୋଡ଼ ସୋ ଏବଂ କର୍ମୀ ସମ୍ମିଳନୀ ଆଗାମୀ ଦିନରେ ଜିଲ୍ଲା କଂଗ୍ରେସ ପାଇଁ ଏକ ଶୁଭଙ୍କର ସଂକେତ ପ୍ରଦାନ କରୁଛି।