ବଲାଙ୍ଗର :-
କୃଷି ବୀମା କ୍ଷତିପୂରଣ ଦାବିରେ ବୁଧବାର ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୩ଟି ବ୍ଲକର ଚାଷୀ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ଏହା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ୪ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି । ବଙ୍ଗୋମୁଣ୍ଡା, ମୁରିବାହାଲ ଓ ତୁରେକେଲାର ୬୭ ପଞ୍ଚାୟତର ୩୦ ହଜାର ଚାଷୀ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ନେତୃତ୍ୱରେ ସ୍ଥାନୀୟ ଯାଦବ ଭବନ ଠାରୁ ଜିଲାପାଳ କାର୍ଯ୍ୟାଳୟକୁ ଶୋଭାଯାତ୍ରାରେ ଯାଇଥିଲେ। ସେଠାରେ କେନ୍ଦ୍ର ସରକାରଙ୍କ ଚାଷୀ ବିରୋଧୀ ନୀତିକୁ ବିଧାୟକ ସମାଲୋଚନା କରିଥିଲେ। ବଲାଙ୍ଗିର ଜିଲ୍ଲାରେ ଫସଲ ବୀମାରେ ବ୍ୟାପକ ଦୁର୍ନୀତି ଦୁଇ ଶହ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ଆଣିଲେ ବିଧାୟକ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ସଙ୍ଗୀନ ଅଭିଯୋଗ ଅଧିକାରୀ, ବୀମା କର୍ମଚାରୀଙ୍କ ମିଳିଭଗତରେ ହେରଫେର ଚାଷୀଙ୍କୁ ତୁରନ୍ତ ବୀମା ରାଶି ଦେବାକୁ ଦାବି କଲେ ସନ୍ତୋଷ ସିଂ ସାଲୁଜା ବଲାଙ୍ଗିର ଜିଲ୍ଲପାଳ 2 ସପ୍ତାହ ମଧ୍ୟରେ ବୀମା ଟଂକା ଚାଷୀ ଙ୍କ ଆକାଉଣ୍ଟରେ ଜମା ହେବା ବୋଲି ପ୍ରତିଶ୍ରୁତି ଦେଇଥିଲେ । ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍

