Type Here to Get Search Results !

ବାଲିମେଦ ଗ୍ରାମ ପଞ୍ଚାୟତ ରେ ବଜ୍ରଆଘାତରେ ଜଣେ ଚାଷୀ ମୃତ୍ୟୁ


 

ବାସୁଦେବ ପୁର :-

ଆଙ୍କର ।ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ବାଲିମେଦ ଗ୍ରାମ ପଞ୍ଚାୟତ ର ଅପର୍ତିପୁର ଗ୍ରାମର ପ୍ରହ୍ଲାଦ ବେହେରାଙ୍କ ପୁଅ ଅଭୟ କୁମାର ବେହେରା ଙ୍କ ବଜ୍ରାଘାତରେ ମୃତ୍ୟୁ ଘଟିଛି । ଆଜି ସକାଳେ ଘରୁ କାମ କରିବା କୁ ଯାଇଥିଲେ ପୂର୍ବାହ୍ନ 2:30 ସମୟରେ ବଜ୍ରାଘାତରେ ଚେତାଶୂନ୍ୟ ହୋଇ ପଡିଯାଇଥିଲେ । ଆଖପାଖରେ ଥିବା ଲୋକମାନେ ତାଙ୍କ ଘର ଲୋକଙ୍କୁ ସମ୍ପର୍କ କରି ନିକଟସ୍ଥ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଆସିଥିଲେ । ସେଠାରେ କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏନେଇ ବାଲିମେଦ ଗ୍ରାମ ପଞ୍ଚାୟତ ରେ ଶୋକର ଛାୟା ଖେଳିଯାଇଛି। ଭଦ୍ରକ ଜିଲ୍ଲା ବାସୁଦେବ ପୁର ବ୍ଲକ ରୁ ସେକ ସାହିଦ କାଦିରି ଙ୍କ ରିପୋର୍ଟ୍

Post a Comment

0 Comments
* Please Don't Spam Here. All the Comments are Reviewed by Admin.