Type Here to Get Search Results !

ଶିକ୍ଷକ ଙ୍କ ଦରମା ବନ୍ଦ, ବଦଳି ବନ୍ଦ !! ମାନସିକ ନିର୍ଯ୍ୟାତନା ରେ ହନ୍ତ ସନ୍ତ ଶିକ୍ଷକ


ବରଗଡ଼ / ଝାରବନ୍ଧ :- 

ଶିକ୍ଷକ ମାନଙ୍କୁ ଆକ୍ରୋଶ ମୂଳକ ଭାବେ ଉପାନ୍ତ ଜାଗା ମାନଙ୍କରେ ନିଯୁକ୍ତି ଦିଆଯାଇଛି। ୨୦୧୧ ପରବର୍ତ୍ତୀ ବେଚ ର ଶିକ୍ଷକ ନିଯୁକ୍ତି ରେ ଥିବା ନିୟମ କୁ ନ ମାନି ନିଯୁକ୍ତି ଦେବା ସହ ଖାଲି ଥିବା ଶିକ୍ଷକ ପଦବୀ ସଂଖ୍ୟା ନ ଜଣାଇ ଏବଂ ମେଧା ତାଲିକା କୁ ଗୁରୁତ୍ଵ ନ ଦେଇ ନିଜ ଇଚ୍ଛା ମୁତାବକ ଶିକ୍ଷକ ମାନଙ୍କୁ ବହୁ ଦୂର ଜାଗା ମାନଙ୍କରେ ଏବଂ ପଛୁଆ ଶିକ୍ଷକ ମାନେ ନିଜ ବ୍ଲକ ରେ ନିଯୁକ୍ତ ଅଛନ୍ତି ।ଗାଇସିଲେଟ, ବିଜେପୁର, ସୋହେଲା, ଭଟ୍ ଲି ବ୍ଲକ ର ଶିକ୍ଷକ ମାନେ ଦୀର୍ଘ ଦିନ ହେଲା ସୁଦୂର ଉପାନ୍ତ ଝାରବନ୍ଧ ରେ ନିଯୁକ୍ତ ଅଛନ୍ତି । ଏ ଯାଏ ଏମାନଙ୍କ ବଦଳି ଆଦୌ ହୋଇ ପାରୁ ନାହିଁ । ଏହା ସହ କିଛି ଶିକ୍ଷକ ମାନଙ୍କୁ ବ୍ଲକ ଶିକ୍ଷା ଅଧିକାରୀ ମାନେ ନିୟମ ବାହାରେ ବଦଳି କରି ଥିବା ବେଳେ କିଛି ଶିକ୍ଷକ ମାନଙ୍କୁ ଆକ୍ରୋଶ ମୂଳକ ଭାବେ ଝାରବନ୍ଧ ବ୍ଲକ ରୁ ବାହାରକୁ ବଦଳି କରାଯାଇ ନାହିଁ ।ବାରମ୍ବାର ଶିକ୍ଷକ ମାନେ ବଦଳି ପାଇଁ ଅନଲାଇନ ଆବେଦନ କରୁ ଥିଲେ ମଧ୍ୟ କେହି ଶୁଣୁ ନାହାନ୍ତି ।କିଛି ଦିନ ପୂର୍ବ ରୁ ଜଣେ ଶିକ୍ଷକ ଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ତତ୍କାଳୀନ ଝାରବନ୍ଧ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରଞ୍ଜିତ ଭୋଇ ଙ୍କୁ ଭିଜିଲାନ୍ସ ବିଭାଗ ତରଫରୁ ଜେଲ୍ ପଠାଇବା ପରେ ଜିଲ୍ଲା ଶିକ୍ଷା ବିଭାଗ ଝାରବନ୍ଧ ବ୍ଲକ ର ଶିକ୍ଷକ ମାନଙ୍କ ପ୍ରତି ଆକ୍ରୋଶ ମନୋଭାବ କରୁଥିବା ସୂଚନା ମିଳିଛି ।ଏଯାଏ ଗତ ମାସ ର ଦରମା ଦେଇ ନଥିବା ଯୋଗୁଁ ଶିକ୍ଷକ ମାନଙ୍କ ମନରେ ଅସନ୍ତୋଷ ଦେଖିବାକୁ ମିଳିଛି ।ଆସନ୍ତା କାଲି ଝାରବନ୍ଧ ବ୍ଲକ ରେ ଜିଲ୍ଲାପାଳ ମହୋ ଦୟା ଙ୍କ ଜନ ଶୁଣାଣି କାର୍ଯ୍ୟ କ୍ରମ ରେ ତାଙ୍କ ସମସ୍ୟା କୁ ଉପସ୍ଥାପନ କରିବାକୁ ଯୋଜନା କରୁଥିବା ସୂଚନା ମିଳିଛି । ଝାରବନ୍ଧ ରୁ ଫକୀର ରଣା ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.