କବିସୂର୍ଯ୍ୟନଗର :-
ସାଙ୍ଗ ସାଜିଲା ସଇତାନ । ସାମାନ୍ୟ ବଚସାରୁ ସାଙ୍ଗର ଜୀବନ ନେଲା ନୃଶଂସ ବନ୍ଧୁ । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବଡଆଗୁଳ ଗଙ୍ଗାପୁର ରାସ୍ତା ରେ ଗତକାଲି ରାତି 8 ବେଳେ ଘଟିଛି ଏହି ହତ୍ୟାକାଣ୍ଡ । ସୂଚନା ମୁତାବକ ଆଜି ସନ୍ଧ୍ୟା ସମୟରେ ବଡଆଗୁଳ ଗ୍ରାମର ଅମର ମଲ୍ଲିକ ଙ୍କ ସାଙ୍ଗ ମୂଷା କରଣ ଙ୍କ ଘର ଆଗରେ ବସି ମଦ୍ୟପାନ କରିଥିଲେ । ଏହା ପରେ ଉଭୟ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା । ପରେ ଏହା ଉଗ୍ରରୂପ ନେଇ ମୂଷା କରଣ ଅମର ଙ୍କ ମୁଣ୍ଡକୁ ଠେଙ୍ଗାରେ ଆକ୍ରମଣ କରିଥିଲେ । ଫଳରେ ଗାଁ ଦାଣ୍ଡରେ ଟଳିପଡିଥିଲେ ଅମର । ଗ୍ରାମବାସୀ ଓ ଅମର ଙ୍କ ପରିବାର ଘଟଣାସ୍ଥଳରେ ପହଞ୍ଚି କବିସୂର୍ଯ୍ୟନଗର ପଲିସ କୁ ଖବର ଦେଇଥିବା ବେଳେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗଞ୍ଜାମ ରୁ ଭଗବାନ ପାଢ଼ୀ ଙ୍କ ରିପୋର୍ଟ

