ପଦ୍ମପୁର :-
ଜନ ସାଧାରଣଙ୍କ ବହୁ ଦିନର ଆଶା ଆକାଂକ୍ଷା ଓ ଦାବୀ ପ୍ରତି ନରେନ୍ଦ୍ର ମୋଦୀଙ୍କ ସରକାର ମୋହର ମାରି ବରଗଡ ରୁ ନୁଆଁପଡା ପର୍ଯ୍ଯନ୍ତ ଏକ ନୁତନ ରେଲୱେ ଲାଇନ କୁ ଅନୁମୋଦନ କରିଥିବାରୁ ନୂଆଦିଲ୍ଲୀ ରେଲୱେ ଭବନ ରେ ମାନ୍ଯବର କେନ୍ଦ୍ର ରେଲୱେ ମନ୍ତ୍ରୀ ଶ୍ରୀ ଅଶ୍ବିନୀ ବୈଷ୍ଣବ ଙ୍କୁ ପଦ୍ମପୁର ଓ ନୁଆପଡା ବାସୀଙ୍କ ତରଫରୁ ପୁଷ୍ପମାଲ୍ଯ ଓ ଉପଢ଼ୌକନ ଦେଇ ସମ୍ୱର୍ଦ୍ଧନା ଞାପନ କରା ଯାଇଛି । କଳାହାଣ୍ତି ସାଂସଦ ଶ୍ରୀ ବସନ୍ତ ପଣ୍ତା, ବରଗଡ ସାଂସଦ ଶ୍ରୀ ସୁରେଶ ପୂଜାରୀ, ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି କୃଷକ ମୋର୍ଚ୍ଚା ରାଜ୍ଯ ସଭାପତି ଶ୍ରୀ ପ୍ରଦୀପ ପୁରୋହିତ,ବିଜେପି ବରିଷ୍ଠ ନେତୃ ମଣ୍ତଳୀ ଶ୍ରୀ ଗୋବର୍ଦ୍ଧନ ଅଗ୍ରୱାଲ,ଶ୍ରୀ ପ୍ରୀତେଶ ବହିଦାର,ସରୋଜ ପାଣିଗ୍ରାହୀ,ସରୋଜ ସାମଲ,ମଦନ ମୋହନ ପଟେଲ,ଡା ଲମ୍ବୋଦର ପଣ୍ତା,ଡା ଶ୍ରୀକାନ୍ତ ପାଣିଗ୍ରାହୀ ମାନ୍ଯବର ମନ୍ତ୍ରୀଙ୍କୁ ସମ୍ୱର୍ଦ୍ଧନା ଦେବା ସହ ଅଞ୍ଚଳ ବାସୀଙ୍କ ତରଫରୁ ଧନ୍ୟବାଦ ଦେଇଥିଲେ । ତୁରନ୍ତ ଯେଭଳି ଏହି ପ୍ରକଳ୍ପ ର କାର୍ଯ୍ଯ ଆରମ୍ଭ ହେବ ସେଥିପାଇଁ ମନ୍ତ୍ରୀଙ୍କୁ ଅନୁରୋଧ କରିବା ବେଳେ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ଉତ୍ତରରେ କହିଲେ ବ୍ଯସ୍ତ ହୁଅନ୍ତୁ ନାହିଁ ଏହା ମୋଦୀ ସରକାର କ୍ଷୀପ୍ର ବେଗରେ କାର୍ଯ୍ଯ କରିବ,ମୁଁ ମୋର ଭୂମିକା ନିଭାଉଛି ।
ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ

