ସିମୁଳିଆ :-
ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅନ୍ତର୍ଗତ କୁଅଁରପୁର କମଳାକାନ୍ତ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୁସମାନ ଫାଉଣ୍ଡେସନ ତରଫରୁ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜ ସେବୀ ଶଶୀ କୁମାର ସାହୁ ଉପସ୍ଥିତ ରହି ଫିତା କାଟି ରକ୍ତ ଦାନ ଶିବିରକୁ ଉଦଘାଟନ କରିଥିଲେ। ଏହି ରକ୍ତଦାନ ଶିବିରକୁ ବିଭିନ୍ନ ଅଞ୍ଚଳରୁ ଆସି ଥିବା ସ୍ବେଚ୍ଛାସେବୀ ମାନେ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ପରେ ଏକ ସଭା ଆୟୋଜନ କରାଯାଇ ଥିଲା। ଏଥିରେ ଆୟୁସମ୍ମାନ ଫାଉଣ୍ଡେସନର ସଭାପତି ଶ୍ରୀମନ୍ତ ବିଶ୍ୱାଳଙ୍କ ସମେତ ଅନ୍ୟ ଅତିଥି ଓ ସ୍ଥାନୀୟ ଯୁବକ ମାନେ ଉପସ୍ଥିତ ରହି ରକ୍ତ ଦାନ ଶିବିରକୁ ସଫଳ କରାଇଥିଲେ।ସମାଜ ସେବୀ ଶଶୀ କୁମାର ସାହୁ ରକ୍ତଦାନ ଏକ ମହତ୍ତ୍ୱ କାର୍ଯ୍ୟ ବୋଲି କହିବା ସହ ଯୁବକ ମାନଙ୍କୁ ରକ୍ତ ଦାନ କରିବାକୁ ପରାମର୍ଶ ଦେଇଥିଲେ। ଏହି ଶିବିରକୁ ବାଲେଶ୍ବର ମେଡ଼ିକାଲ ଟିମ ପହଞ୍ଚି ୫୦ୟୁନିଟ ରକ୍ତ ସଂଗୃହୀତ କରିଥିବା ଜଣାପଡ଼ିଛି। ଶେଷରେ ଅତିଥି ମାନଙ୍କ ଦ୍ଵାରା ରକ୍ତ ଦାତା ମାନଙ୍କୁ ପ୍ରମାଣ ପତ୍ର ବଣ୍ଟନ କରିବା ସହ ସାମ୍ବାଦିକ ମାନଙ୍କୁ ଉତ୍ତରୀୟ ଓ ମାନ ପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ସିମୁଳିଆରୁ ରୁକସାନା ବିବିଙ୍କ ରିପୋର୍ଟ

