Type Here to Get Search Results !

ପୋଲିସ ପକ୍ଷରୁ ରକ୍ତଦାନ ଶିଵିର


ବେଲପାହାଡ଼ :-

ଆଜି ଝାରସୁଗୁଡା ଜିଲ୍ଲା ପୋଲିସ ପକ୍ଷରୁ ବେଲପାହାଡରେ ଏକ ରକ୍ତଦାନ ଶିଵିର ଅନୁଷ୍ଠିତ ହୋଇଛି । ଝାରସୁଗୁଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି ଶିବିରର ଉଦଘାଟନ କରିଥିଲେ । ଜିଲ୍ଲା ପୋଲିସର ଅଧିକାରୀ, କର୍ମଚାରୀମାନଂକସହ ମିଶି ସ୍ଥାନୀୟ ଲୋକେ ଏହି ଶିବିରରେ ରକ୍ତଦାନ କରିଛନ୍ତି । ଜିଲ୍ଲାରେ ରକ୍ତ ଅଭାବକୁ ଦୂର କରିବା ପାଇଁ ଏହି ରକ୍ତଦାନ ଶିବିର ଅନୁଷ୍ଠିତ କରାଯାଇଥିବାବେଳେ ଆଗାମୀ ଦିନରେ ଜିଲ୍ଲାର ବିଭିନ୍ନ ଥାନା ଅଂଚଳରେ ରକ୍ତଦାନ ଶିବିର ଅନୁଷ୍ଠିତ କରାଯିବବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି । ବେଲପାହାଡ଼ ରୁ ସମୀର ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.