ନବରଙ୍ଗପୁର :-
ଉମରକୋଟ ବିଜେପି ପକ୍ଷରୁ ଅଜୟ କୁମାରଙ୍କ କୁସପୁତଳିକା ଦାହ ନବରଙ୍ଗପୁର ଜିଲ୍ଲା ଉମରକୋଟ ଆଜି ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ନେଇ କଂଗ୍ରେସ ନେତା ଅଜୟ କୁମାରଙ୍କ ନିଦନୀୟ ମନ୍ତବ୍ୟକୁ ବିରୋଧ କରି ଉମରକୋଟ ଜାତୀୟ ଜନତା ପାର୍ଟି ତରଫରୁ ତାଙ୍କର କୁଶପୁତଳିକା ଦାହ କରାଯାଇଛି। ବିଜେପି ଯୁବ ମୋର୍ଚ୍ଚା ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦଳୀୟ କର୍ମୀ ବିଜେପି କାର୍ଯ୍ୟାଳୟଠାରୁ ଏକ ଶୋଭାଯାତ୍ରାରେ ଯାଇ ନୂତନ ବସଷ୍ଟାଣ୍ଡ ଠାରେ ପହଁଞ୍ଚିଥିଲେ ସେଠାରେ କଂଗ୍ରେସ ବିରୋଧୀ ନାରା ଦେବା ଅଜୟ କୁମାରଙ୍କ କୁଶପୁତଳିକା ଦାହ କରିଥିଲେ। ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ଚନ୍ଦ୍ରଭାନୁ ନାୟକ, ସାଧାରଣ ସମ୍ପାଦକ ସତ୍ୟ ବେହେରା, ଯୁବନେତା ମିଳୁ ପଣ୍ଡା, ବାଦଲ ପଟନାୟକ, ସୁଦେବ ନନ୍ଦୀ, ଦିଲୀପ, ଦୁଖାଲୁ ପ୍ରମୁଖଙ୍କ ପ୍ରଚେଷ୍ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରମେଶ ସାହୁ, ରାମ ନାୟକ, ସୁରେଶ କୁମାର ଆଚାର୍ଯ୍ୟ, ପ୍ରମୁଖ ତଥା ଶତାଧିକ କାର୍ଯ୍ୟକର୍ତ୍ତା ଯୋଗଦାନ କରିବା ସହ ଅଜୟ କୁମାରଙ୍କ ଏହିଭଳି ଆଦିବାସୀ ବିରୋଧୀ, ମହିଳା ବିରୋଧୀ ତଥା ଓଡ଼ିଆ ବିରୋଧୀ ମନ୍ତବ୍ୟକୁ ଘୋର ନିନ୍ଦା କରିଥିଲେ । ଉମରକୋଟ ରୁ ରାଜୁ ସରକାର ଙ୍କ ରିପୋର୍ଟ

