Type Here to Get Search Results !

ବାବାସାହେବ ଡକ୍ଟର ବି ଆର ଆମ୍ବେଦକର ପୁସ୍ତକ ଲୋକାର୍ପିତ

  

ଭୁବନେଶ୍ୱର :- 

ଉତ୍କଳ ଭୂମି ଭୂମାର ବାଣିପୀଠ, ଜ୍ଞାନର ସମୁଦ୍ର, ବିଦ୍ୟାର ଭଣ୍ଡାର ଉତ୍କଳ ବିଶ୍ୱବିଦ୍ୟାଳୟ ଓଡିଶାର ଗାଥା ବହନ କରେ। ଆଜି ସେଇ ବିଦ୍ୟାର ଭଣ୍ଡାରରେ, କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ ଦ୍ୱାରା ପଣ୍ଡିତ ଦୈତ୍ୟାରି ମହାପାତ୍ରଙ୍କ ରଚିତ ପୁସ୍ତକ " ସମ୍ବିଧାନର ଜନକ ବାବାସାହେବ ଡକ୍ଟର ବି. ଆର. ଆମ୍ବେଦକର " ପୁସ୍ତକ ଲୋକାର୍ପଣ ହୋଇ ଯାଇଅଛି । ଏହି ସ୍ୱତନ୍ତ୍ର ଲୋକାର୍ପଣ କାର୍ଯ୍ୟକ୍ରମକୁ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳସଚିବ ତଥା ପ୍ରଶାସନିକ ଅଧିକାରୀ ଡକ୍ଟର ଅଭୟ ନାୟକ ଅଧକ୍ଷାତ କରିଥିଲେ । 

ପଣ୍ଡିତ ଦୈତ୍ୟାରି ମହାପାତ୍ର ଜଣେ ପ୍ରବକ୍ତା, ଆବଲ୍ୟ ଶିବ ଉପାସକ ଏବଂ ସାରସ୍ୱତ ସାଧକ ଅତି କମ ବର୍ଷ ବୟସରେ ତିନି ହଜାରରୁ ଉର୍ଦ୍ଧ ପୁସ୍ତକ ଲେଖି ସାରିଲେଣି । ବିଭୁ କୃପା ଲାଭ କରି ତାଙ୍କ ଜୀବନକାଳରେ ସେ ଆହୁରି ଅନେକ ପୁସ୍ତକ ରଚନା କରିବାର ଲକ୍ଷ ନେଇଥିବା ନିଶ୍ଚିତ ଭାବେ ଆଜିକାର ମଧ୍ୟ ବୟସ୍କ ଓ ଯୁବ ପିଢ଼ି ମାନଙ୍କ ପାଇଁ ଗୋଟେ ଗର୍ବର କଥା ବୋଲି ପ୍ରଫେସର ସବିତା ଆଚାର୍ଯ୍ୟ ଅନେକ ଶୁଭେଚ୍ଛା ସହ ସମ୍ବର୍ଦ୍ଧନା ଜଣାଇଥିଲେ । ଆଉ କିଛି ବର୍ଷ ମଧ୍ୟରେ ବୋଧହୁଏ ଆଉ ପୁସ୍ତକ ଲେଖା, କାଗଜ କଲମ ଲେଖା ଲୋପ ପାଇଯିବ ଏବଂ ଏହା କେବଳ ମୋବାଇଲ ଓ ଅନ ଲାଇନ ମାଧ୍ୟମ ହେବ ବୋଲି ପ୍ରଫେସର ଆଚାର୍ଯ୍ୟ ଦୁଃଖ ପ୍ରକାଶ କରି ନିଜ ମତ ରଖିଥିଲେ। କବି, ଐତିହାସିକ ତଥା ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ବିଷ୍ଣୁ ସେଠୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଡକ୍ଟର ବି ଆର ଆମ୍ବେଦକରଙ୍କ ଜୀବନାଦର୍ଶ ଉପରେ ବକ୍ତବ୍ଯ ରଖିଥିବା ସହିତ ଓଡିଆ ସାହିତ୍ୟ ଜଗତକୁ ପଣ୍ଡିତ ମହାପାତ୍ରଙ୍କ ଅବଦାନ ଅତୁଳନୀୟ ବୋଲି କହିଥିଲେ ।ଏହି ସମ୍ମିଳନୀରେ ପ୍ରଫେସର ବସନ୍ତ ମଲ୍ଲିକ, ଡକ୍ଟର ହରିହର କାନୁନଗୋ, ପ୍ରାଧ୍ୟାପିକା ଅନୁସୟା ନାଥ ସମାଜସେବୀ ତୁଳସୀରାମ ଜଗତ,ଅଧ୍ୟାପିକା ଶାନ୍ତିଲତା ସାହୁ,କବି ତଥା ସାହିତ୍ୟିକା ଜୟଲକ୍ଷ୍ମୀ ସେଠୀ ପ୍ରମୁଖ ସମ୍ନାନନୀୟଭାବେ ଯୋଗ ଦେଇ ଡ଼ଃ ବି ଆର ଆମ୍ବେଦକରଙ୍କ ଜୀବନୀ, କର୍ମକ୍ଷେତ୍ର, ଦେଶ ଓ ଜାତି ପାଇଁ ତାଙ୍କର ନିଷ୍ଠା, ଏକାଗ୍ରତା ଏବଂ କର୍ତ୍ତବ୍ୟ ବିଷୟରେ ଆଲୋକପାତ କରିଥିଲେ । କଣ୍ଠଶିଳ୍ପୀ ସୁନୀଲ କୁମାର ସାହୁ ସଭା ଆରମ୍ଭରେ ବନ୍ଦେ ଉତ୍କଳ ଜନନୀ ଗାନ କରି ସଭାଟିକୁ ସୁଭାରମ୍ଭ କରିଥିବା ବେଳେ ସଭା ଶେଷରେ ପ୍ରଫେସର ଅନୁସୟା ନାଥ ଦେଶାତ୍ମକ ସଙ୍ଗୀତ ଏବଂ ଜଗନ୍ନାଥ ଭଜନ ଗାନ କରି ସଭାଟିକୁ ଆମୋଦିତ କରିଥିଲେ ।   

ଏହି ଅବସରରେ ବିଶ୍ୱ ବିଦ୍ୟାଳୟର କୁଳସଚିବଙ୍କ ପ୍ରକୋଷ୍ଠ ରେ ଘାସ ଫୂଲର ସମ୍ପାଦକ ବିଷ୍ଣୁ ସେଠୀ ଏବଂ ସହସ୍ର ପୁସ୍ତକର ସ୍ରଷ୍ଠା, ବିରଳ ପ୍ରତିଭା ପଣ୍ଡିତ ଦୈତ୍ୟାରି ମହାପାତ୍ରଙ୍କୁ କୁଳସଚିବ ଡଃ ଅଭୟ ନାୟକ ଏବଂ ପ୍ରାଧ୍ୟାପିକା ଅନୁସୟା ନାଥ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧନା କରିଥିଲେ । ଏହି ପୁସ୍ତକ ଲୋକାର୍ପଣ ସଭାରେ ବହୁ ପ୍ରାଧ୍ୟାପକ, ପ୍ରାଧ୍ୟାପିକା ପ୍ରଫେସର ଛାତ୍ରୀ, ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟର ଲୋକ ସମ୍ପର୍କ ବିଭାଗ ଏବଂ ସମସ୍ତ କର୍ମକର୍ତ୍ତାଙ୍କ ଦ୍ୱାରା ଉକ୍ତ କାର୍ଯ୍ୟକ୍ରମଟି ପରିଚାଳିତ ହୋଇଥିଲା ।

 ଭଦ୍ରକ ରୁ ସେଖ ଅବଦୁଲ ଫିତର ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.