Type Here to Get Search Results !

ବଲାଙ୍ଗିର ର ବହୁଚର୍ଚ୍ଚିତ ଜମି ଦୁର୍ନୀତି ମାମଲାରେ ତହସିଲଦାର ଏବଂ ଅତିରିକ୍ତ ତହସିଲଦାର ନିଲମ୍ବିତ

 

ବଲାଙ୍ଗିର :- 

ବଲାଙ୍ଗିର ବହୁଚର୍ଚ୍ଚିତ ଜମି ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ତହସିଲଦାର ଏବଂ ଅତିରିକ୍ତ ତହସିଲଦାରଙ୍କୁ ରାଜ୍ୟ ସରକାର ନିଲମ୍ବିତ କରିଛନ୍ତି । ଏ ସଂପର୍କରେ ସୂଚନା ଦେଇଛନ୍ତି ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା । ସୂଚନାଯୋଗ୍ୟ ଯେ, ସ୍ଥାନୀୟ ଧୁମାମରା ଜମି କେଳେଙ୍କାରୀ ମାମଲାରେ ତହସିଲଦାର ମାଘବନ ବାଗ ଏବଂ ଅତିରିକ୍ତ ତହସିଲଦାର ହରେକୃଷ୍ଣ ରାଉତ ସଂପୃକ୍ତ ଥିବା ସ୍ପଷ୍ଟ ହେବାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କୁ ଏ ସଂପର୍କରେ ରିପୋର୍ଟ ଦିଆଯାଇଥିଲା ଏବଂ ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ରାଜ୍ୟ ସରକାର ସଂପୃକ୍ତ ଦୁଇ ଜଣ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ସଂପୃକ୍ତ ତହସିଲ୍‌ଦାରଙ୍କ ସମେତ ୯ ଜଣଙ୍କ ନାମରେ ଥାନାରେ ଏହି ମାମଲାରେ ଏଫ୍‌ଆଇଆର୍‌ ଦର୍ଜ ହୋଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୪ ଜଣଙ୍କୁ ପୋଲିସ ଗିରଫ୍‌ କରି ସାରିଥିବା ସୂଚନା ମିଳିଛି । ଜମି ଦୁର୍ନୀତି ଅଭିଯୋଗ ଉପରେ ବଲାଙ୍ଗିର ଜିଲ୍ଲା ରେ ଚର୍ଚ୍ଚା ଜୋର ଧରିଛି । ତେବେ ଏହି ଦୁର୍ନୀତି ରେ ବଡ଼ବଡ଼ିଆ ଙ୍କ ହାତ ଥିବା ଅନୁମାନ ଆସୁଥିବା ବେଳେ ଆଜି ବଳି ପଡ଼ିଛନ୍ତି ତହସିଲଦାର ଓ ଅତିରିକ୍ତ ତହସିଲଦାର ବୋଲି ସାଧାରଣରେ ଚର୍ଚା ଜୋର୍ ଧରିଛ।

ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.