Type Here to Get Search Results !

ମ୍ୟାଟ୍ରିକ ପରୀକ୍ଷାରେ ପାସ ହେଲେ ବିଧାୟକ

 


ଫୁଲବାଣୀ :-

କୁହାଯାଏ, ଶିକ୍ଷା କେବେବି କୌଣସି ବୟସରେ ବି ଗ୍ରହଣ କରାଯାଇ ପାରେ। ସେ ଛୋଟ ପିଲା ହୁଅନ୍ତୁ ଅଥବା ପ୍ରୌଢ଼ ବୟସ୍କ ବ୍ୟକ୍ତି, ଯିଏ ଶିକ୍ଷାର ମହତ୍ତ୍ଵ ବୁଝିଛି ସେ ଶିକ୍ଷା ପ୍ରତି ଆଗଭର ହୋଇଛି। ଏଭଳି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଫୁଲବାଣୀ ବିଧାୟକ ଶ୍ରୀ ଅଙ୍ଗଦ କହଁର। ଶ୍ରୀଯୁକ୍ତ କହଁର ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷା ଦେଇଥିଲେ। ୭୦ ବୟସ୍କ ଅଙ୍ଗଦ ବୟସର ସୀମା କୁ ନ ଦେଖି ଶିକ୍ଷା ପ୍ରତି ଦେଖାଇଥିଲେ ନିଜ ମନୋଭାବ। ତେବେ ସେ ଏଥିରେ ସଫଳ ମଧ୍ୟ ହୋଇଥିଲେ।

ଏସ ଆଇ ଓ ଏସ ମ୍ୟାଟ୍ରିକ ପରୀକ୍ଷାରେ ସେ ମୋଟ ୫୦୦ ମାର୍କ ରୁ ୩୬୪ ମାର୍କ ରଖି ୭୨ ପ୍ରତିଶତ ରଖିଛନ୍ତି। ଏହାସହ ସେ ବି -୧ ଗ୍ରେଡ ରେ ପାସ କରିଛନ୍ତି। ମ୍ୟାଟ୍ରିକ ପରୀକ୍ଷା ରେ ପାସ ହେବା ପରେ ସେ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଛି। ଏ ବାବଦରେ ସେ କହିଛନ୍ତି ଆଗକୁ ମଧ୍ୟ ରେ ଉଚ୍ଚ ଶିକ୍ଷା ପାଇଁ ଆଗକୁ ବଢ଼ିବେ। ତେବେ ୭୦ ବର୍ଷ ବୟସରେ ଶିକ୍ଷା ପ୍ରତି ତାଙ୍କରି ଯେଉଁ ମମତା ତାହା ସତରେ ସଭିଙ୍କ ପାଇଁ ଏକ ଉଦାହରଣ। ବ୍ୟୁରୋ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.