Type Here to Get Search Results !

ଚଳନ୍ତା ଟ୍ରେନ୍‌ ଆଗରେ ଡେଇଁପଡ଼ି ବୃଦ୍ଧଙ୍କ ମୃତ୍ୟୁ


ବଲାଙ୍ଗୀର :-

ବଲାଙ୍ଗୀର ରେଳ ଷ୍ଟେସନ ନିକଟ ଖୁଜେନପାଲି ନାଳା ପୋଲ ନିକଟରେ ଆଜି ଜଣେ ବ୍ୟକ୍ତି ଟ୍ରେନ ସମ୍ମୁଖକୁ ଡେଇଁପଡ଼ିଛନ୍ତି। ଟ୍ରେନ୍‌ ସମ୍ମୁଖରେ ଡେଇଁପଡ଼ିବାରୁ ଚଳନ୍ତା ଟ୍ରେନରେ ପିଟି ହୋଇ ତାଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ ବୟସ ପ୍ରାୟ ୬୦ ବର୍ଷ ହୋଇଥିବା ବେଳେ ଏପର୍ଯ୍ୟନ୍ତ ତାଙ୍କର ପରିଚୟ ମିଳିପାରିନାହିଁ। ଅନ୍ୟପଟେ ବଲାଙ୍ଗୀର ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିି ତଦନ୍ତ ଆରମ୍ଭ କରିଛି। ତେବେ ସେ କେଉଁ ପରିସ୍ଥିତିରେ ଆତ୍ମହତ୍ୟା କରିଛନ୍ତି ସେନେଇ ଏବେ କୌଣସି ସ୍ପଷ୍ଟ ତଥ୍ୟ ମିଳିନାହିଁ ବୋଲି ରେଳବାଇ ଥାନାଧିକାରୀ ସୁକାନ୍ତ ପ୍ରଧାନ ସୂଚନା ଦେଇଛନ୍ତି।ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.