Type Here to Get Search Results !

ଉଚ୍ଛେଦ ହେବ ବରାବଳିଆ ସାହି ପ୍ରାଥମିକ ବିଦ୍ୟାଳୟ ଜବର ଦଖଲ

 

ଚମ୍ପୁଆ :-

ବନ୍ଦ ଥିବା ସ୍କୁଲ ଗୃହ କୁ ଜବରଦଖଲ କରି ନିଜ କବଜା ରେ ରଖିବା ନେଇ ଚମ୍ପୁଆ ବ୍ଲକ ଅନ୍ତର୍ଗତ ବଡନଈ ପଞ୍ଚାୟତ ର ଗମ୍ଭାରିଆ ଗ୍ରାମରେ ଦେଖା ଦେଇଛି ଅସନ୍ତୋଷ। ଏ ନେଇ ଗ୍ରାମବାସୀ ପୂର୍ବରୁ ଚମ୍ପୁଆ ଉପଜିଲ୍ଲାପାଳ ଙ୍କ ଦ୍ବାରସ୍ଥ ହୋଇ ଥିବା ବେଳେ ଗତକାଲି ଚମ୍ପୁଆ ବ୍ଲକ ଶିକ୍ଷା ଅଧିକାରୀ ଙ୍କ ଦ୍ବାରସ୍ଥ ହୋଇଥିଲେ। ସୂଚନା ଯୋଗ୍ୟ କି ପିଲା ଅଭାବ ଦର୍ଶାଇ ପ୍ରାୟ ଏକ ବର୍ଷ ହେବ ଶିକ୍ଷା ବିଭାଗ ଏହି ସ୍କୁଲ କୁ ବନ୍ଦ କରିଦେଇଥିବା ବେଳେ ଏବେ ଏହି ସ୍କୁଲ ର ଶ୍ରେଣୀ ଗୃହ, ବଗିଚା, ନଳକୂଅ ଓ ପରିସର କୁ ଗ୍ରାମର ଜଣେ ବ୍ୟକ୍ତି ଜବର ଦଖଲ କରି ରଖିଛନ୍ତି। ଏଠାରେ ସେ ସପରିବାର ରହୁଥିବା ବେଳେ ସ୍କୁଲ ପରିସର ରେ ଗାଈ ଗୁହାଳ କରିବା ସହ ବାଡ ଦ୍ଵାରା ସ୍କୁଲ ନଳକୂଅ କୁ ନିଜ ଅକ୍ତିଆର ରେ ରଖିଥିବାରୁ ଗ୍ରାମରେ ଅସନ୍ତୋଷ ଦେଖା ଦେଇଛି। ଗ୍ରାମ ବାସୀ ବହୁବାର ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏହାର କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନଥିବାରୁ ବାଧ୍ୟ ହୋଇ ସେମାନେ ଚମ୍ପୁଆ ଉପଜିଲ୍ଲାପାଳ ଙ୍କ ଦ୍ବାରସ୍ଥ ହେବାପରେ ଉପଜିଲ୍ଲାପାଳ ଏ ବିଷୟରେ ଚମ୍ପୁଆ ଶିକ୍ଷା ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପରାମର୍ଶ ଦେଇଥିଲେ। ଗ୍ରାମବାସୀ ଚମ୍ପୁଆ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଗୋବର୍ଦ୍ଧନ ନାଏକ ଙ୍କୁ ଏ ସମ୍ବନ୍ଧରେ ଅଭିଯୋଗ କଲା ପରେ ଶ୍ରୀ ନାଏକ ସାତ ଦିନ ମଧ୍ୟରେ ପ୍ରଶାସନ ର ସହଯୋଗ ରେ ଏହି ସ୍କୁଲ କୁ ଜବର ଦଖଲ ମୁକ୍ତ କରିବାକୁ ପ୍ରତିଶ୍ରୁତି ଦେଇଥିବା ଜଣା ପଡିଛି। 

କେନ୍ଦୁଝର ରୁ ସୁଶାନ୍ତ ସେଠି ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.