Type Here to Get Search Results !

ଅବଧି ସରିବାପରେ ମଧ୍ୟ ନାଗରପାଲ ଠାରୁ ବାରୁଣା ପ୍ରଧାନ ମନ୍ତ୍ରୀ ସଡ଼କ ଅସମ୍ପୂର୍ଣ୍ଣ

 

ଚମ୍ପୁଆ :-

ବିଭାଗୀୟ ଅପାରଗତା ତଥା ଠିକାଦାରଙ୍କ ମନମାନୀ କାମ ଯୋଗୁଁ ସରିବାର ନା ଧରୁନାହିଁ ଚମ୍ପୁଆ ଉପଖଣ୍ଡ ଅନ୍ତର୍ଗତ ନାଗରପାଲ ଠାରୁ ବାରୁଣା ଯାଏଁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା । ଓଡିଶା ସରକାର ଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ୭ କୋଟି ୨୫ ଲକ୍ଷ ୨୪ ହଜାର ୯୩୮ ଟଙ୍କା ଅଟକଳ ରେ ଚମ୍ପୁଆ ଉପଖଣ୍ଡ ର ବାରୁଣା, କଳିଙ୍ଗା, ଅସନପାଟ, ଚିତ୍ରପୁର, ବାରିଆ, ଆଦି ଗ୍ରାମର ଗ୍ରାମବାସୀଙ୍କ ଗମନା ଗମନ ସୁବିଧା ପାଇଁ ଗ୍ରାମ ଉନ୍ନୟନ ମନ୍ତ୍ରାଳୟ ଦ୍ଵାରା ଅନୁଦାନ ଦିଆଯାଇ ଏହି ରାସ୍ତା ନିର୍ମାଣ କାମ ହାତକୁ ନିଆଯାଇଥିବା ବେଳେ ଗତ ତା ୭।୪।୨୦୨୧ ରିଖ ଠାରୁ କେନ୍ଦୁଝର କାଶିପୁର ଅଞ୍ଚଳର ଜନୈକ ଠିକାଦାର ଏହାର ରାସ୍ତା କାମ ଆରମ୍ଭ କରିଥିଲେ। ଚୁକ୍ତି ଅନୁସାରେ ତା ୬।୪।୨୦୨୨ ରିଖ ସୁଦ୍ଧା ଏହି ରାସ୍ତା ର କାମ ସଂପୂର୍ଣ୍ଣ କରିବାକୁ ଧର୍ଯ୍ୟ କରାଯାଇ କାମ ଆରମ୍ଭ କରାଯାଇଥିଲା। ଏହାର ଅବଧି ସରିବାର ୩ ମାସ ବିତି ଯାଇଥିଲେ ମଧ୍ୟ ଏବେ ସୁଦ୍ଧା କାମ ଅସଂପୂର୍ଣ୍ଣ ହୋଇ ପଡ଼ି ରହିଛି। ଠିକାଦାର କେବଳ ମେଣ୍ଟାଲିଂ କାମ କରି କାମକୁ ଅଧା ପନ୍ତରିଆ ଭାବେ ପକାଇ ରଖି ଥିବାରୁ ଏବେ ମେଣ୍ଟାଲ ଗୁଡ଼ିକ ଉଠିଯାଇ ଥିବାରୁ ଏହି ରାସ୍ତା ରେ ଯିବା ଆସିବା କରିବା ଏକ ପ୍ରକାର ଅସମ୍ଭବ ହୋଇ ପଡ଼ିଛି। ଠିକାଦାର କାମକୁ ଅଧାରେ ଛାଡି ଛୁ ମାରିଥିବା ବେଳେ ବିଭାଗ ନୀରବଦ୍ରଷ୍ଟା ସାଜିଛି। 


ସରକାର ଗ୍ରାମାଞ୍ଚଳର ଗମନା ଗମନ ପାଇଁ ବହୁ ଯୋଜନା କରି ଚାଲିଥିଲେ ମଧ୍ୟ ବିଭାଗୀୟ ଅପାରଗତା ଯୋଗୁଁ ଏହାର ସୁଫଳ ସାଧାରଣ ଲୋକେ ପାଇ ପାରୁ ନାହାଁନ୍ତି। କାମ ଶେଷ ହେବା ପରେ ଚୁକ୍ତି ମୁତାବକ ତା ୬।୪।୨୦୨୨ ରୁ ୬।୪।୨୦୨୭ ପର୍ଯ୍ୟନ୍ତ ୫ ବର୍ଷ ଯାଏଁ ରାସ୍ତା ର ରକ୍ଷଣାବେକ୍ଷଣ ପାଇଁ ୫୩ ଲକ୍ଷ ୮୯ ହଜାର ୮୫୮ ଟଙ୍କା ରଖାଯାଇଛି। ତେବେ ଏଠାରେ ଠିକାଦାର ରକ୍ଷଣାବେକ୍ଷଣ ସମୟ କୁ ଫାଙ୍କି ବାକୁ ଲକ୍ଷ ରଖି ଜାଣିଶୁଣି କାର୍ଯ୍ୟରେ ବିଳମ୍ବ କରୁଥିବା ଅଭିଯୋଗ ହେଉଥିବା ବେଳେ ଏହାକୁ ନେଇ ଏହି ରାସ୍ତା ଉପରେ ନିର୍ଭର କରୁଥିବା ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଏହି ବିଷୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭଗ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିବା ସତ୍ତ୍ଵେ କେହି ମୋବାଇଲ ରିଶିଭ କରୁ ନ ଥିବାରୁ କାହାରି ମତାମତ ନିଆଯାଇପାରି ନ ଥିବା ବେଳେ ଏଥି ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି। 

କେନ୍ଦୁଝର ରୁ ସୁଶାନ୍ତ ସେଠି ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.