Type Here to Get Search Results !

ବଲାଙ୍ଗିର ଜଙ୍ଗଲ ବିଭାଗ ପାଳନ କଲା ଅଜାଦି କି ଅମୃତ ମହୋତ୍ସବ ଓ ୭୩ ତମ ବନ ମହୋତ୍ସବ

 

ବଲାଙ୍ଗିର :-

ଓଡିଶା ସରକାରଙ୍କ ଜଙ୍ଗଲ, ପରିବେଶ ଜଳବାୟୁ ପରିବର୍ତ୍ତନ ବିଭାଗ ପୌରହିତ୍ୟରେ ଅଜାଦି କି ଅମୃତ ମହୋତ୍ସବ ପାଳିତ ହୋଇଯାଇଛି ।  ୭୩ ତମ ବନ ମହୋତ୍ସବ ଅବସରରେ ସ୍ଥାନୀୟ ଟାଉନ୍ ବାଳିକା ବିଦ୍ୟାଳୟ ଠାରୁ ଏକ୍ ବିରାଟ ରେଲି ବାହାରିଥିଲା ।  ଏଥିରେ ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇ ପରିବେଶ ସମ୍ପର୍କୀୟ ବିଭିନ୍ନ ସ୍ଲୋଗାନ ଦେଇଥିଲେ । ସି ଏନ୍ ସି କମର୍ସ କଲେଜ ଓ ଟାଉନ୍ ବାଳିକା ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ରେଲିରେ ଭାଗ ନେଇଥିଲେ । ଘଉଡାଇ ବାଦକ ସାନ - ବଡ ଙ୍କ  ଦ୍ଵାରା ଘୁ ଡ କା ନାଚ ପରିବେଷଣ କରିଥିଲେ ଏହି ଅବସରରେ ସ୍ଥାନୀୟ କଦଳୀ ମୁଣ୍ଡା ନର୍ସରୀ ଠାରେ ଏକ ପରିବେଶ ସଚେତନତା ସଭା ଅନୁଷ୍ଟିତ ହୋଇଥିଲା । କବି ତଥା ବନ ବିଭାଗର କର୍ମଚାରୀ ଅର୍ଜୁନ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭବରେ ବଲାଙ୍ଗିର ଡି ଏଫ୍ ଓ ନୀତିଶ କୁମାର ଯୋଗ ଦେଇ ପରିବେଶ କୁ ସନ୍ତୁଳିତ କରିବା କ୍ଷେତ୍ରରେ ବୃକ୍ଷରୋପଣ ର ଆବଶ୍ୟକତା ସମ୍ପର୍କରେ ବୁଝାଇ ଥିଲେ । ସହରୀ ବନୀକରଣ କୁ ବ୍ୟାପକ କରିବା ପାଇଁ ସବୁ ସ୍ତରରେ ଉଦ୍ୟମ ହେବା ଆବଶ୍ୟକ ବୋଲି ଶ୍ରୀ ନୀତିଶ କୁମାର ମତ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବଲାଙ୍ଗିର ଏସ୍ ପି ନୀତିନ୍ କୁଶଳକର ଯୋଗ ଦେଇଥିଲେ ।  ଅନ୍ୟତମ ଅତିଥି ଭାବରେ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ଲାଗୁରି, ବଲାଙ୍ଗିର ମୁନିସିପାଲିଟି ପୌରାଧ୍ୟକ୍ଷା ଲିକ ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ମଞ୍ଚାସୀନ ରହି ଜଙ୍ଗଲ ସୁରକ୍ଷା ଓ ବନୀକରଣ କୁ ଏକ ଅଭିଯାନ ଭାବେ ଗ୍ରହଣ କରି ସମସ୍ତେ ଗୋଟିଏ ଗୋଟିଏ ଗଚ୍ଛ ଲଗାଇବାକୁ ପରମର୍ଶ ଦେଇଥିଲେ ।

ଶେଷ ରେ ଏ ସି ଏଫ୍ ବାବାଜୀ ଚରଣ ରାଉଳ ଧନ୍ୟବାଦ ଅର୍ପଣ କରିଥିଲେ । ସଭା ପରେ ପ୍ରତ୍ୟେକ ଅତିଥି  ନର୍ସରୀ ପରିସରରେ ଗୋଟିଏ ଗୋଟିଏ ଗଚ୍ଛ ଲଗାଇଥିଲେ । ଏଥିରେ ଜଙ୍ଗଲ ବିଭାଗର ସମସ୍ତ କର୍ମଚାରୀ, ସ୍ଵେଚ୍ଛାସେବୀ ଓ ପରିବେଶପ୍ରେମୀ ମାନେ ଯୋଗ ଦେଇଥିଲେ ।  ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.