Type Here to Get Search Results !

ନିର୍ବାଚନ କାର୍ଯ୍ୟରେ ମୁତୟନ କର୍ମଚାରୀଙ୍କ ମୃତ୍ୟୁଜନିତ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ

ଝାରସୁଗୁଡ଼ା :- 

ବ୍ରଜରାଜନଗର ବିଧାନସଭା ଉପ ନିର୍ବାଚନ କାର୍ଯ୍ୟରେ ମୁତୟନ ଦୁଇ କର୍ମଚାରୀଙ୍କ ମୃତ୍ୟୁଜନିତ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯାଇଛି । ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଳାପାଳ ସରୋଜ କୁମାର ସାମଲ ଓ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ଦୁଇ ମୃତ କର୍ମଚାରୀଙ୍କ ପତ୍ନୀଙ୍କୁ ୧୫ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଛନ୍ତି । ଉଲ୍ଲେଖଯୋଗ୍ୟ ଗତ ମଇ ମାସରେ ବ୍ରଜରାଜନଗର ବିଧାନସଭା ଉପ ନିର୍ବାଚନରେ ତାଳମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ସ୍ବର୍ଗତ ଦିଲ୍ଲୀପ କୁମାର ଖଡ଼ିଆ ଦ୍ଵିତୀୟ ପୋଲିଂ ଅଧିକାରୀ ଭାବରେ ବୁଥ ନମ୍ବର ୧୬୯ ପଲଶାଢ଼ିପା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ନିର୍ବାଚନ କାର୍ଯ୍ୟରେ ମୁତୟନ ଥିବା ବେଳେ ମୃତ୍ୟୁବରଣ କରିଥିଲେ । ସେହିପରି ଝାରସୁଗୁଡା ସଦର ଥାନାରେ କାର୍ଯ୍ୟରତ ହୋମଗାର୍ଡ ସ୍ବର୍ଗତ ତ୍ରିଲୋଚନ ମହାନ୍ତି ବୁଥ୍ ନମ୍ବର ୨୩୮ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଫଟ୍ଟା ଠାରେ କାର୍ଯ୍ୟରତ ଥିବା ବେଳେ ମୃତ୍ୟୁବରଣ କରିଥିଲେ । ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ମଞ୍ଜୁରୀ କ୍ରମେ ନିର୍ବାଚନ କାର୍ଯ୍ୟରେ ମୁତୟନ ଏହି ଦୁଇ କର୍ମଚାରୀଙ୍କୁ ଅନୁକମ୍ପାମୂଳକ ମୂଳକ ସହାୟତା ସ୍ୱରୂପ ପନ୍ଦର ଲକ୍ଷ ଟଙ୍କା ଲେଖାଏଁ ଉଭୟଙ୍କ ପତ୍ନୀଙ୍କୁ ପ୍ରଦାନ କରାଯାଇଛି । ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ସହାୟତା ରାଶି ଚେକ ପ୍ରଦାନ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ (ସାଧାରଣ ) ପ୍ରବୀର କୁମାର ନାୟକ , ଡେପୁଟି କଲେକ୍ଟର ନିବେଦିତା ପ୍ରଧାନ , ସହକାରୀ ଜିଲ୍ଲାପାଳ ଉମାକାନ୍ତ ପ୍ରଧାନ , ରିଜର୍ଭ ଇନିସପେକ୍ଟର ନୀଳମାଧଵ ସ୍ୱାଇଁ ଓ ଉଡାନ ବାସ୍କେ ପ୍ରମୁଖ ଉପସ୍ଥିତ ଥିଲେ । ହରିହର ମାଝୀ ଓ ସାହେବଲାଲ ପଧାନ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡଙ୍ଗା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.