Type Here to Get Search Results !

ମୋଦୀ ଙ୍କ ବ୍ରତ ଗରିବ କଲ୍ୟାଣ -ନିତ୍ୟାନନ୍ଦ ରାୟ, କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ

 

ତାଳଚେର :-

ମୋଦି ସରକାର ସମାଜର ଅନ୍ତିମ ଶ୍ରେଣୀରେ ଥିବା ଲୋକମାନଙ୍କ ସେବା, କଲ୍ୟାଣ କରିବାର ଦାୟିତ୍ୱ ନେଇଛନ୍ତି । ଜନକଲ୍ୟାଣକାରୀ ଯୋଜନାର କ୍ରିୟାନ୍ୱୟନ କାରଣରୁ ଗରିବ ଲୋକମାନେ ମୋଦି ସରକାରଙ୍କ ଦୃଢ଼ ନେତୃତ୍ୱକୁ ସ୍ୱୀକାର କରିଛନ୍ତି,ଗରିବ କଲ୍ୟାଣ ମୋଦୀ ଙ୍କ ବ୍ରତ ବୋଲି ଶୁକ୍ରବାର ତାଳଚେର ଭରତପୁର ଠାରେ ଆୟୋଜିତ ବିଜେପି ର ଜିଲ୍ଲା କାର୍ଯ୍ୟକାରିଣୀ କୁ ସମ୍ବୋଧିତ କରି କହିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ । ସ୍ୱାଧୀନତା ର 75ବର୍ଷ ରେ ଆଜାଦି କି ଅମୃତ ମହୋତ୍ସବ ପାଳନ ଅବସରରେ କେନ୍ଦ୍ରମନ୍ତ୍ରୀ ଙ୍କ ର ତିନି ଦିନିଆ ଢେଙ୍କାନାଳ ଲୋକସଭା କ୍ଷେତ୍ର କୁ ଗସ୍ତ ପରିପେକ୍ଷୀ ରେ ଆଜି ତାଳଚେର ଗସ୍ତ ସମୟରେ ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ରେ ଯୋଗ ଦେଇଥିଲେ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରର ସେବା, ସୁଶାସନ, ଗରିବ କଲ୍ୟାଣ, ସମାଜ ର ସବୁ ବର୍ଗ ର ଲୋକଙ୍କ ପାଇଁ କଲ୍ୟାଣ କାରି ଯୋଜନା କୁ ଜନ ସାଧାରଣ ଙ୍କ ନିକଟରେ ପହଞ୍ଚାଇବା ପାଇଁ କାର୍ଯ୍ୟକର୍ତା ମାନେ ପ୍ରୟାସ କରନ୍ତୁ ବୋଲି ପରାମର୍ଶ ଦେଇଥିଲେ |ଦେଶର ଗରିବ, ଚାଷୀ ଭାଇ, ମାଆ ଭଉଣୀ, ଶ୍ରମଶକ୍ତି, ଜନଜାତି, ବଂଚିତ ବର୍ଗର ଲୋକ ମାନଙ୍କର ଯେଭଳି କିଛି ଅସୁବିଧା ନ ହୁଏ, ସେଥିପାଇଁ ବିଭିନ୍ନ କଲ୍ୟାଣକାରୀ ଯୋଜନା ପ୍ରଣୟନ କରାଯାଇଛି । ପ୍ରାଥମିକତା ଭିତିରେ ସମାଜର ଅନ୍ତିମ ଶ୍ରେଣୀରେ ଥିବା ନାଗରିକଙ୍କ ଜୀବନଶୈଳିରେ ସମ୍ପନ୍ନତା ଆଣିବା ପାଇଁ ବିଶେଷ ଧ୍ୟାନ ଦିଆଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର, ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ, ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ, ଜଳ ଜୀବନ ମିଶନରେ ଘରକୁ ପାନୀୟ ଜଳ, କିଷାନ ସମ୍ମାନ ନିଧିରେ ଚାଷୀଙ୍କୁ ଟଙ୍କା,ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣା ଚାଉଳ, କୋଭିଡ୍ ସମୟରେ ଜନଧନ ଯୋଜନାରେ ସିଧା ଟଙ୍କା,ମାଗଣା ଟିକାକରଣ ଆଦି ମୋଦି ସରକାରରେ ବଡ଼ ଉପଲବ୍ଧି । ଏହି ଗରିବ କଲ୍ୟାଣ ନୀତି ଆଧାରରେ ଦେଶରେ ସେବା, ସମର୍ପଣ ଓ ସୁଶାସନର ଚିନ୍ତା କରାଯାଉଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ରାୟ ପ୍ରକାଶ କରିଥିଲେ |ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି କାର୍ଯ୍ୟକାରିଣୀ ରେ ରାଜନୈତିକ ଚିଠା ପ୍ରସ୍ତାବ ପାରିତ ହୋଇଥିଲା |ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ଜିଲ୍ଲା ପ୍ରଭାରୀ ସିମାଞ୍ଚଳ ଖଟେଇ, ପ୍ରାକ୍ତନ ମନ୍ତୀ ସଂଜୀବ ସାହୁ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, ଭାଗିରଥି ପ୍ରଧାନ,ପ୍ରତାପ ଚନ୍ଦ୍ର ପ୍ରଧାନ, ଅଗସ୍ତି ବେହେରା,ଓ ପ୍ରତିମା ମିଶ୍ର,, ଲୋକସଭା ସଂଯୋଜକ ପ୍ରେମାନନ୍ଦ ଜେନା,ପ୍ରମୁଖ ସଂଗଠନ ର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ |ଲିଙ୍ଗରାଜ ଦାସ ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରିଥିବା ବେଳେ,ଯଯାତି ପଟ୍ଟନାୟକ ବିଗତ ଦିନରେ ମୃତାହତ ହୋଇଥିବା ବିଶିଷ୍ଟ ବ୍ୟକ୍ତି ଙ୍କ ଉପରେ ଶୋକ ପ୍ରସ୍ତାବ ପାରିତ କରିଥିଲେ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରକାଶ ମହାରଣା ଓ ସୁଦିପ ଗଡ଼ନାୟକ ମଞ୍ଚ ସଂଯୋଜନା କରିଥିଲେ |ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ନେତା ରତ୍ନାକର ସାହୁ,ବିଜୟ ମାଝୀ,ନୃସିଂହ ବରାଳ,ସୁଦୀପ୍ତ ସ୍ୱାଇଁ, ବସନ୍ତ ମଞ୍ଜରୀ ପ୍ରଧାନ, ପ୍ରଶାନ୍ତ ନନ୍ଦ,ମିଡ଼ିଆ ସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକ ଙ୍କ ସମେତ ସମସ୍ତ ଜିଲ୍ଲା କମିଟି ସଦସ୍ୟ ଯୋଗ ଦେଇଥିଲେ|

ଅନୁଗୁଳ ରୁ ପ୍ରଦୀପ ମହାରଣା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.