Type Here to Get Search Results !

ଜନ ବିକଳ୍ପ ପ୍ରତିଷ୍ଠା ପାଇଁ ସି.ପି.ଆଇ(ଏମ୍-ଏଲ୍) ରେଡ୍ ଷ୍ଟାର ର ଆହ୍ବାନ


ବ୍ରହ୍ମପୁର :-

 ସି.ପି.ଆଇ (ଏମ୍ -ଏଲ୍) ରେଡଷ୍ଟାର ଓଡ଼ିଶାର ୩ ଦିନିଆ ରାଜ୍ୟ ସମ୍ମିଳନ ବ୍ରହ୍ମପୁର ସହରରେ ୦୮ ଜୁଲାଇ ରୁ ଆରମ୍ଭ ହୋଇ ୧୦ ଜୁଲାଇ ରେ ଶେଷ ହେବ। ସି.ପି.ଆଇ(ଏମ୍ ଏଲ୍) ରେଡ୍ ଷ୍ଟାର ର କର୍ମୀ, ନେତୃ ବୃନ୍ଦ ଓ ଶୁଭେଚ୍ଛୁମାନେ ଏନ୍ ଜି ହଲ୍ ରୁ ଅପରାହ୍ନ ୩ ଘଟିକାରେ ଲାଲ ପତାକାରେ ସଜ୍ଜିତ ହୋଇ ଶୋଭାଯାତ୍ରା ସହର ପରିକ୍ରମା କରି ପୁରୁଣା ବସଷ୍ଟାଣ୍ଡ ଠାରେ ଜନସଭା ଆୟୋଜିତ କରି ନବ୍ୟ ଫାସିବାଦୀ ବିଜେପି ଓ ଭୁଆଁ ବୁଲା ବିଜେଡି ସରକାର କୁ ପରାସ୍ତ କରିବା ସହ ବିପ୍ଳବୀ କମ୍ୟୁନିଷ୍ଟ ଶକ୍ତି ଓ ଫାସିବାଦୀ ବିରୋଧୀ ଶକ୍ତି ମାନଙ୍କୁ ଐକ୍ୟବଦ୍ଧ କରି ଜନ ବିକଳ୍ପ ପ୍ରତିଷ୍ଠା କରିବା ପାଇଁ ଆହ୍ବାନ କରିଥିଲେ। ଆସନ୍ତା ତା ୯ ଜୁଲାଇରେ ଏନ୍ ଜି ଓ ହଲ୍ ରେ ସମ୍ମିଳନୀର ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏବଂ ୧୦ ଜୁଲାଇ ରେ ଉଦଯାପିତ ହେବ। ୩୧ ଜଣିଆ ଅଭ୍ୟର୍ଥନା କମିଟି ପକ୍ଷରୁ ଅବନୀ ଗୟା, ଗଗନ ଚନ୍ଦ୍ର ମଲ୍ଲିକ, କେ ଶ୍ରୀନିବାସ ରାଓ ସ୍ବାଗତ କରିଥିଲେ । ଏହି ଜନସଭା ରେ ସି.ପି.ଆଇ(ଏମ୍ ଏଲ୍) ରେଡ୍ ଷ୍ଟାର ର ସର୍ବଭାରତୀୟ ସାଧାରଣ ସମ୍ପାଦକ କେ.ଏନ୍.ରାମଚନ୍ଦ୍ରନ, ରାଜ୍ୟ ସମ୍ପାଦିକା କମ୍ରେଡ ପ୍ରମିଳା, କୋରାପୁଟ ଜିଲ୍ଲା ସମ୍ପାଦକ ବିବେକ ରଞ୍ଜନ, ଖୋର୍ଦ୍ଧା ଜିଲ୍ଲା ସମ୍ପାଦିକା ହେନା ବାରିକ, ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଟୁନା ମଲ୍ଲିକ, ପୁରୀ ଜିଲ୍ଲା ସମ୍ପାଦକ ସୀମାଞ୍ଚଳ ଦାଶ, ରାଧାରାଣୀ ମହାରଣା, ବିଚିତ୍ର ପାତ୍ର, କୃଷ୍ଣ ମୋହନ ପ୍ରଧାନ, ମନୋଜ ମାଣ୍ଡିଙ୍ଗ, ଶ୍ରମିକ ନେତା ରାମଚନ୍ଦ୍ର ବାଡତ୍ୟା, ଆଦିବାସୀ ନେତା ପୂର୍ଣଚନ୍ଦ୍ର ପ୍ରଧାନ, ଲଢ଼ୁଆ ମହିଳା ନେତ୍ରୀ ପେଦିନୀ ପାର୍ବତୀ ଆଦି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନମାରଣ ନୀତି ର ତୀବ୍ର ସମାଲୋଚନା କରିଥିଲେ । ଆର ସି ଏଫ ର ଅସିମ ଗିରି ଓ ବିଜୟ ବାରିକ ବିପ୍ଳବୀ ସଙ୍ଗୀତ ଗାନ କରି ସରକାରଙ୍କ ଅସଲ ଚରିତ୍ର ମୁଖା ଖୋଲିଥିଲେ। ଏହି ଜନସଭା ରେ ସି.ପି.ଆଇ (ଏମ୍ ଏଲ୍) ରେଡଷ୍ଟାର ଜିଲ୍ଲା ସମ୍ପାଦକ ଶଙ୍କର ସାହୁ ସଭା ପରିଚାଳନା କରିଥିଲେ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.