କେନ୍ଦ୍ରାପଡ଼ା :-
ଭାରତୀୟ ଜନସଂଘ ର ସଂସ୍ଥାପକ ତଥା ପ୍ରଚଣ୍ଡ ରାଷ୍ଟ୍ରଭକ୍ତ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ଜୁନ ୨୩ ତାରିଖ ଠାରୁ ଜନ୍ମ ଦିବସ ଜୁଲାଇ ୬ ତାରିଖ ଦୀର୍ଘ ୧୪ ଦିନ ବ୍ୟାପୀ ସାରା ରାଜ୍ୟରେ ସମସ୍ତ ନଦୀ ଘାଟ ସଫୋଇ ଓ ନଦୀ ପଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ବିଜେପି ନଦୀ ସୁରକ୍ଷା ସମିତି (ନମାମି ଗଙ୍ଗେ) ତରଫରୁ ଚାଲୁ ରହିଛି। ଏହି ଅବସରରେ ଆଜି ସମସ୍ତ ନଦୀ କୂଳରେ ଥିବା ମନ୍ଦିର ଘାଟ ଠାରେ ସଫେଇ କରାଯାଇଥିଲା ।ନଦୀ ପଠାରେ ଆମୂଗଛ, ନିମଗଛ, ଶାଗୁଆନ ଗଛ ବୃକ୍ଷ ରୋପଣ କରାଯାଇଥିଲା। ଶେଷରେ ନଦୀ ମାତା ଙ୍କୁ ପୂଜାର୍ଚ୍ଚନା କରିବା ପରେ ଆଳତି କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଜେପି ନଦୀ ସୁରକ୍ଷା ସମିତି (ନମାମି ଗଙ୍ଗେ) ର ରାଜ୍ୟ ସଂଯୋଜକ ଶ୍ରୀ ମହେଶ୍ଵର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ଜିଲ୍ଳା ସଭାପତି ଶ୍ରୀ ପ୍ରମୋଦ କୁମାର ମହାପାତ୍ର, ନମାମି ଗଙ୍ଗେ ଜିଲ୍ଲା ସଂଯୋଜକ ଶ୍ରୀ ଅଶୋକ କୁମାର ପୃଷ୍ଟି, ବରିଷ୍ଠ ବିଜେପି ନେତା ଶ୍ରୀ ରାଜକିଶୋର ମୋଢେଲି, କୃଷକ ମୋର୍ଚ୍ଚା ରାଜ୍ୟ ସଂଯୋଜକ ଶ୍ରୀ ବିକ୍ରମ କେଶରୀ ରାଉତରାୟ, ଜିଲ୍ଲା ଉପସଭାପତି ଶ୍ରୀମତୀ ନଳିନୀ ପଣ୍ଡା, ଜିଲ୍ଳା ସାଧାରଣ ସମ୍ପାଦକ ଶ୍ରୀ ବିଶୂମୂର ମିଶ୍ର, ବେଣୁଧର ଦାସ, ଜଗଜ୍ୟୋତି ତ୍ରିପାଠୀ, ଅଲୋଖ ନାୟକ, ରାଧାକାନ୍ତ ପଣ୍ଡା, ଦଇତାରୀ ଥାନପତି, ଭୂବନେଶ୍ବର ପାତ୍ର, ସନ୍ତୋଷ କୁମାର ଅଗ୍ରୱାଲ, ସୁକାନ୍ତ କୁମାର ସାହୁ, ସୁରୋଶ ବିଶ୍ବାଲ, ଗଙ୍ଗାଧର ତରିଆ, ଅନନ୍ତ ମିଶ୍ର, ସୁନାଶିର ତରିଆ, ପୂର୍ଣ୍ଣ ଚନ୍ଦ୍ର ବିଶି, ବବୁଲ୍ ସାଗର, ବିକ୍ରାନ୍ତ ମିଶ୍ର, ନବ ସାଗର ପ୍ରମୁଖ କଂ ସମେତ ଶତାଧିକ କାର୍ଯ୍ୟକତା ଯୋଗଦାନ କରିଥିଲେ ।
କେନ୍ଦ୍ରାପଡ଼ା ରୁ ନିରଞ୍ଜନ ଓଝା ଙ୍କ ରିପୋର୍ଟ

