ବଲାଙ୍ଗିର :-
ବଲାଙ୍ଗିର ଜିଲା ର ଦେଓଗାଁ ବ୍ଲକ ଅନ୍ତର୍ଗତ ଭୂତିରାବାହାଲ କ୍ରସରରେ ଫାଟିଲା ସିଲିଣ୍ଡର । ତିନି ଶ୍ରମିକ ଗୁରୁତର । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଭୂତିଆରବାହାଲ ଗାଁରେ । ଭୂତିଆରବାହାଲ ଗାଁର ଏକ କ୍ରସରରେ ଶ୍ରମିକ ମାନେ କାମ କରୁଥିବା ସମୟରେ, ନାଇଟ୍ରୋଜେନ ସିଲିଣ୍ଡର ବ୍ଲାଷ୍ଥ ହୋଇଥିଲା । ଫଳରେ ତିନିଜଣ ଶ୍ରମିକ ପୋଡି ଗୁରୁତର ହୋଇ ଯାଇଥିଲେ । ସେମାନଙ୍କୁ ସମସ୍ତଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଛି । ଜଣେ ଶ୍ରମିକଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି । ଗୁରୁତର ସମସ୍ତଯାକ ଶ୍ରମିକ ପଶ୍ଚିମବଂଗର ହୋଇଥିବା ଜଣାପଡିଛି । ସେମାନଙ୍କ ନାଁ ହେଉଛି ବିକାଶ କୁମାର,ବାପି ବାଗଡି ଓ ରାଜୀବ ବାଗଡି ।ବୋଲି ଜଣାପଡ଼ିଛି । ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍ ।

