Type Here to Get Search Results !

ସରପଞ୍ଚ ଙ୍କ ବିଦ୍ୟାଳୟ ପରିଦର୍ଶନ

 

ବରଗଡ :- 

ବରଗଡ ଜିଲ୍ଲା ପଦ୍ମପୁର ଅନ୍ତର୍ଗତ ଗଡଭାଟି ଗ୍ରାମରେ ସରପଞ୍ଚ ଆନନ୍ଦ ବେହେରା ପଂଚାୟତର ସମସ୍ତ ଓ୍ବାର୍ଡ ସଭ୍ୟ ମାନଙ୍କୁ ନେଇ ସ୍କୁଲ ପରିଦର୍ଶନ କରି ସ୍କୁଲ ର ବିଭିନ୍ନ ସମସ୍ୟା ସମ୍ପର୍କରେ ବୁଝୁଛନ୍ତି । ଆମେ କହୁଛୁ ବରଗଡ଼ ଜିଲ୍ଲା ରାଜବୋଡ଼ାସମ୍ବର ବ୍ଲକ ଅଧିନରେ ଥିବା କଂସର ଗ୍ରାମ ପଂଚାୟତ ର ସରପଂଚ ଆନନ୍ଦ ବେହେରା ଙ୍କ କଥା । ନିଜ ପଂଚାୟତ କୁ ଆଦର୍ଶ ପଂଚାୟତ ରୂପେ ଗଢି ତୋଳିବା ପ୍ରୟାସ କୁ ଆଖି ଆଗରେ ରଖି ସମସ୍ତ ଓ୍ବାର୍ଡ ସଭ୍ୟ ଙ୍କ ସହମତି ସହ ପଂଚାୟତ ର ପ୍ରତ୍ୟକ ସ୍କୁଲ କୁ ଯାଇ ସୁବିଧା ଅସୁବିଧା ବିଷୟ ରେ ବୁଝୁଛନ୍ତି । ଶ୍ରୀଯୁକ୍ତ ବେହେରା କୁଡାସିଂହା ବିଦ୍ୟାଳୟରେ ମଧ୍ୟାନ୍ନ ଭୋଜନ ସମୟ ରେ ପହଞ୍ଚି ରନ୍ଧା ଖାଦ୍ୟ କୁ ଚାଖି ବହୁତ ସୁନ୍ଦର ଖାଦ୍ୟ ପ୍ରସ୍ତୁତ ହୋଇଥିବା କହିଛନ୍ତି ।

କୁଡାସିଂହା ସ୍କୁଲ ରେ ବାଡ ଦୁର୍ବଳ ଥିବା ଏବଂ ଆଜବେଷ୍ଟର ଛାତ ଥିବାରୁ ତାହା ଶିଘ୍ର ପ୍ରଶାସନ କୁ ଜଣାଇ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି । ମାଧୂରୀ ବରିହା,ଗୀତାଞ୍ଜଳୀ ପାଣ୍ଡେ,ଧନେଶ୍ବର ବଙ୍କା,ଜ୍ୟୋସ୍ନାରାଣୀ ବରିହା,ଇନ୍ଦ୍ରଜିତ କୁମ୍ଭାର,ସଦାନନ୍ଦ ବୁଡେକ,ସନ୍ତୋଷିନୀ ଭୁଏ,ଲକ୍ଷ୍ମଣ ପଣ୍ଡା,ଦଶମୀ ସେଠ,ଦିନବନ୍ଧୁ ବରିହା,ସବିତା ସାହୁ ପ୍ରମୁଖ ପରିଦର୍ଶନ ରେ ସାମିଲ ହୋଇ ସରପଂଚ ଶ୍ରୀଯୁକ୍ତ ବେହେରା ଙ୍କ ଏହି ସୁନ୍ଦର ପ୍ରୟାସ କୁ ଧନ୍ୟବାଦ ଜଣାଇଥିଲେ ।

ବରଗଡ ଜିଲ୍ଲା ପଦ୍ମପୁର ରୁ ନରହରୀ ବଗର୍ତ୍ତୀ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.