Type Here to Get Search Results !

ମୁହାଁମୁହିଁ ଧକ୍କା ହେଲା ବାଇକ ଓ ସ୍କୁଟି, ବାଇକ ଆରୋହୀ ମୃତ


ତିହିଡ :-

 ମୁହାଁମୁହିଁ ଧକ୍କା ହେଲା ବାଇକ ଓ ସ୍କୁଟି, ବାଇକ ଆରୋହୀ ମୃତ। ଏଭଳି ସମ୍ବେଦନଶୀଳ ଘଟଣା ଘଟିଛି ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥ ଦୋଳସାହି ଗେଟ୍ ବଜାରରେ। ଭଦ୍ରକ ସନ୍ଥିଆ ନିବାସୀ ମହେଶ୍ୱର ସାହୁ ପୀରହାଟରୁ ଏକ ବାଇକ୍ ଯୋଗେ ଭଦ୍ରକ ଯାଉଥିବା ବେଳେ ଅପରପାର୍ଶ୍ବରୁ ଏକ ସ୍କୁଟିରେ ଆସୁଥିବା ଗୋବିନ୍ଦପୁର ପଞ୍ଚାୟତ ଅଧିନ ପଇତିପୁର ଗାଁର ଜଗନ ବଳ ଓ ତିଆଡିସାହି ଗାଁର ବଳିଆ ମହାକୁଡଙ୍କ ସହିତ ସାମନା ସାମନି ଧକ୍କା ହୋଇଥିଲା।

୩ ଜଣଯାକ ଗୁରୁତର ଆହତ ହୋଇ ତଳେ ପଡିଥିବା ବେଳେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଆମ୍ବୁଲାନ୍ସରେ ଭଦ୍ରକ ମେଡିକାଲକୁ ନିଆ ଯାଇଥିଲା। ମହେଶ୍ୱରଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ନିଆ ଯାଉଥିବା ବେଳେ ବାଟରେ ସଂଧ୍ଯରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତିହିଡି ପୋଲିସ ଦୋଳସାହିରୁ ଦୁଇଟି ଯାନକୁ ଜବତ କରିବା ସହିତ ତଦନ୍ତ ଚଳାଉଥିବା ଜଣା ଯାଇଛି। ମହେଶ୍ୱରଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ତିହିଡି ବ୍ଲକ ରୁ ମଦିନା ବିବିଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.